ଆଜିକାଲି ସକାଳୁ ସର୍ବ ପ୍ରଥମେ ଫୋନ୍ ଯାଞ୍ଚ କରିବା ସାଧାରଣ ହୋଇଗଲାଣି । ଏହା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସକାଳୁ ଉଠି ଶୌଚାଳୟରେ ଫୋନ୍ ବ୍ୟବହାର କରୁଛନ୍ତି । କିନ୍ତୁ ଶୌଚାଳୟ ଏବଂ ବାଥରୁମ୍ରେ ଫୋନ୍ ବ୍ୟବହାର କରିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରେ । ଏହା ଆମର ଦୈନନ୍ଦିନ ଜୀବନରେ ନକାରାତ୍ମକ ଶକ୍ତିକୁ ନିମନ୍ତ୍ରଣ କରିପାରେ । ଜ୍ୟୋତିଷ ଶାସ୍ତ୍ରରେ, ଶୌଚାଳୟ କିମ୍ବା ବାଥରୁମ୍ରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଏକ ଅଶୁଭ ଅଭ୍ୟାସ ବୋଲି ବିବେଚନା କରାଯାଏ । ଏପରି କରିବା ଦ୍ୱାରା ଭାଗ୍ୟରେ ରାହୁଙ୍କ ସ୍ଥିତି ବିଗିଡ଼ି ଥାଏ । ଏହି ସ୍ଥାନରେ ଫୋନ୍ ବ୍ୟବହାର କରିବା ରାହୁଙ୍କ କ୍ଷତିକାରକ ପ୍ରଭାବକୁ ଆକର୍ଷିତ କରିଥାଏ ବୋଲି ବିଶ୍ୱାସ କରାଯାଏ । ଯାହା ବ୍ୟକ୍ତିଙ୍କ ମାନସିକ ସ୍ଥିତି, ଚିନ୍ତାଧାରା ଏବଂ ଆଧ୍ୟାତ୍ମିକ ବିକାଶରେ ବାଧା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ଶୌଚାଳୟ କିମ୍ବା ବାଥରୁମ୍ ଭିତରେ ସ୍ମାର୍ଟଫୋନ୍ ବ୍ୟବହାର କରିବାର ୬ଟି ନକାରାତ୍ମକ ପ୍ରଭାବ ବିଷୟରେ।
ରାହୁଙ୍କ କ୍ଷତିକାରକ ପ୍ରଭାବକୁ ଆକର୍ଷଣ-
ଶୌଚାଳୟ କିମ୍ବା ବାଥରୁମ୍ରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା ରାହୁଙ୍କ ନକାରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିଥାଏ । ରାହୁଙ୍କ ନକାରାତ୍ମକ ଶକ୍ତି ଦ୍ୱନ୍ଦ୍ୱ, ଚିନ୍ତା ଏବଂ ମାନସିକ ଅଶାନ୍ତି ସୃଷ୍ଟି କରିପାରେ । ଏହାଦ୍ୱାରା ଆପଣ ଖରାପ ନିଷ୍ପତ୍ତି ଗ୍ରହଣ କରିଥାନ୍ତିି । ଆପଣଙ୍କ ପାରିବାରିକ ସମ୍ପର୍କରେ ତିକ୍ତତା ଏବଂ ବୃତ୍ତିଗତ ବିଫଳତା ଆଣିପାରେ ।
ଆଧ୍ୟାତ୍ମିକ ଶକ୍ତି ଉପରେ ଖରାପ ପ୍ରଭାବ-
ଶୌଚାଳୟ କିମ୍ୱା ବାଥରୁମ୍ରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା ଏହି ସ୍ଥାନଗୁଡ଼ିକ ମଧ୍ୟରେ ଆଧ୍ୟାତ୍ମିକ ଶକ୍ତି ବାଧାପ୍ରାପ୍ତ ହୁଏ। ଏହା ମାନସିକ ଉତ୍ତେଜନା ଏବଂ ଆଧ୍ୟାତ୍ମିକ ଅସ୍ଥିରତା ସୃଷ୍ଟି କରିପାରେ । ଯାହା ଫଳରେ ଆପଣଙ୍କ ଜୀବନରେ ତିକ୍ତତା ବଢିପାରେ ।
ଶୁକ୍ର ଗ୍ରହ ଉପରେ ନକାରାତ୍ମକ ପ୍ରଭାବ-
ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ପ୍ରେମ, ସମ୍ପର୍କ ଏବଂ ମାନସିକ ସୁସ୍ଥତାକୁ ନିୟନ୍ତ୍ରଣ କରେ । ଶୌଚାଳୟ କିମ୍ବା ବାଥରୁମ୍ରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଶୁକ୍ରଙ୍କ ଶକ୍ତିକୁ କ୍ଷତି ପହଞ୍ଚାଇଥାଏ । ଯାହା ଫଳରେ ସମ୍ପର୍କରେ ସମସ୍ୟା, ମାନସିକ ଅଶାନ୍ତି ସୃଷ୍ଟି ହୁଏ । ଏହି ନକାରାତ୍ମକ ପ୍ରଭାବ ବୈବାହିକ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ।
ନକାରାତ୍ମକ ଗ୍ରହକୁ ସକ୍ରିୟ କରିଥାଏ-
ଶୌଚାଳୟ କିମ୍ବା ବାଥରୁମ୍ରେ ସ୍ମାର୍ଟଫୋନ୍ ବ୍ୟବହାର କେତୁ ଏବଂ ଶନିଙ୍କ ନକାରାତ୍ମକ ପ୍ରଭାବକୁ ସକ୍ରିୟ କରିଥାଏ । ଏହି ଗ୍ରହଗୁଡ଼ିକର ଶକ୍ତି ଆପଣଙ୍କୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ମାନସିକ ଅଶାନ୍ତି ସୃଷ୍ଟି କରିପାରେ । ଯାହା ଆପଣଙ୍କ ବିକାଶ ଏବଂ ପ୍ରଗତିକୁ ବାଧା ଦେଇଥାଏ।
ଆର୍ଥିକ ସମସ୍ୟା-
ଜ୍ୟୋତିଷ ଶାସ୍ତ୍ରରେ, ବାଥରୁମ୍ ଧନ ସମ୍ପତ୍ତିର ଦ୍ୱିତୀୟ ଘର ସହ ଜଡିତ । ସେଠାରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା ଆର୍ଥିକ ଅସୁବିଧା, କ୍ଷତି ଏବଂ ଅଯଥା ଖର୍ଚ୍ଚ ହୋଇପାରେ । ଏହି ନକାରାତ୍ମକ ଶକ୍ତିର ପ୍ରଭାବ ବୃତ୍ତିଗତ ସ୍ଥିରତା ଏବଂ ସାମଗ୍ରିକ ଆର୍ଥିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିପାରେ।
ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟା-
ଶୌଚାଳୟ କିମ୍ବା ବାଥରୁମ୍ରେ ସ୍ମାର୍ଟଫୋନ୍ ବ୍ୟବହାର କରିବା ଦ୍ୱାରା, ସ୍ୱାସ୍ଥ୍ୟର ଷଷ୍ଠ ଘରକୁ କ୍ଷତି ପହଞ୍ଚାଇପାରେ । ଯାହା ବିଭିନ୍ନ ରୋଗ, ସଂକ୍ରମଣ ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାକୁ ଆକର୍ଷିତ କରିପାରେ । ଏହି ନକାରାତ୍ମକ ପ୍ରଭାବ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିପାରେ । ଯାହା ଚିନ୍ତା ତଥା ଅବସାଦ ଭଳି ସମସ୍ୟାକୁ ନିମନ୍ତ୍ରଣ ଦେଇପାରେ।