ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଗ୍ରାମି ନୋମିନେସନ୍‌ରେ ୬ ଭାରତୀୟ ବଂଶୋଦ୍ଭବ

Published By : Prameya | November 10, 2024 8:28 AM

ନୂଆଦିଲ୍ଲୀ ୧୦/୧୧: ଗତ ଶୁକ୍ରବାର ୬୭ତମ ଗ୍ରାମି ପୁରସ୍କାର ନୋମିନେସନ୍‌ ଘୋଷଣା ହୋଇଛି । ସଙ୍ଗୀତ ଜଗତରେ ପ୍ରତିଷ୍ଠିତ ଓ ଉଦୀୟମାନ ଭାରତୀୟ ବଂଶୋଦ୍ଭବଙ୍କ ପ୍ରତିଭାକୁ ଏଥର ଗ୍ରାମି ଉଜାଗର କରିଛି । ସଙ୍ଗୀତ କ୍ଷେତ୍ରରେ ଚମତ୍କାର କାର୍ଯ୍ୟ ଲାଗି ୬ ଜଣ ଭାରତୀୟ ଗ୍ରାମି ନୋମିନେସନ୍‌ରେ ସ୍ଥାନ ପାଇଛନ୍ତି । ସେମାନେ ହେଲେ ରିକି କେଜ୍‌, ଅନୁଷ୍କା ଶଙ୍କର, ଭରିଜାଶ୍ରୀ ବେନୁଗୋପାଲ, ରାଧିକା ଭେକାରିଆ, ନୋସିର ମୋଦି ଓ ଚନ୍ଦ୍ରିକା ଟଣ୍ଡନ । 

୩ ଥର ଗ୍ରାମି ପୁରସ୍କାର ବିଜେତା ରିକି କେଜ୍‌ ନ୍ୟୁ ଏଜ୍‌ ଆଲ୍‌ବମ ବିଭାଗରେ ନୋମିନେଟ୍‌ ହୋଇଛନ୍ତି । ‘ବ୍ରେକ୍‌ ଅଫ୍‌ ଡନ୍‌’ ଶୀର୍ଷକ ଆଲ୍‌ବମ ପାଇଁ ତାଙ୍କୁ ଚୟନ କରାଯାଇଛି । ଚଳିତ ବର୍ଷ ରିକିଙ୍କ ସହ ସମାନ ବିଭାଗରେ ସୀତାରିଷ୍ଟ ଓ କମ୍ପୋଜର ଅନୁଷ୍କା ଶଙ୍କର ବି ସାମିଲ ହୋଇଛନ୍ତି । ତାଙ୍କ ଆଲବମ୍‌ ‘ଚାପ୍ଟର ୨: ହାଓ ଡାର୍କ ଇଟ୍‌ ଇଜ୍‌ ବିଫୋର ଡନ୍‌’କୁ ମଧ୍ୟ ପରିଚିତି ମିଳିଛି । ‘ୱାରିଅର୍ସ ଅଫ୍‌ ଲାଇଟ୍‌’ ପାଇଁ ରାଧିକା ଭେକାରିଆ ଏବଂ ‘ତ୍ରିବେଣୀ’ ପାଇଁ ଚନ୍ଦ୍ରିକା ଟଣ୍ଡନଙ୍କୁ ଚୟନ କରାଯାଇଛି । ଅନୁଷ୍କା ଶଙ୍କର ନିଜର ଏକକ କାର୍ଯ୍ୟ ବାହାରେ ମଧ୍ୟ ଖାସ୍‌ ପରିଚୟ ହାସଲ କରିଛନ୍ତି । ବ୍ରିଟିଶ ମଲ୍ଟି ଇନ୍‌ଷ୍ଟ୍ରୁମେଣ୍ଟାଲିଷ୍ଟ୍‌ ଜାକବ୍‌ କୋଲିଅରଙ୍କ ସହ ‘ଏ ରକ୍‌ ସମ୍‌ହ୍ୱେର’ ଗୀତ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍‌ ମ୍ୟୁଜିକ୍‌ ପ୍ରଦର୍ଶନ ବିଭାଗରେ ତାଙ୍କୁ ନୋମିନେଟ୍‌ କରାଯାଇଛି । ଏହି ଗୀତରେ ବେଙ୍ଗାଲୁର ସ୍ଥିତ ଗାୟକ ଓ ବଂଶୀବାଦକ ଭରିଜାଶ୍ରୀ ବେନୁଗୋପାଲ କାମ କରିଛନ୍ତି । ସେ ପ୍ରଥମ ଥର ଗ୍ରାମି ପାଇଁ ନୋମିନେଟ୍‌ ହୋଇଛନ୍ତି । 

ରିକି କେଜ୍‌ଙ୍କ ‘ବ୍ରେକ୍‌ ଅଫ୍‌ ଡନ୍‌’ରେ ମଧ୍ୟ ବେନୁଗୋପାଲଙ୍କର ଯୋଗଦାନ ରହିଛି । ଗ୍ରାମି ନୋମିନେସନ୍‌ ମାଧ୍ୟମରେ ସେ ବିଶ୍ୱସ୍ତରୀୟ ସମ୍ମାନିତ ସଙ୍ଗୀତ ପ୍ରତିଭାଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଗ୍ରାମିରେ ରିକି କେଜ୍‌ଙ୍କ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଏ । ୨୦୧୫ ମସିହାରେ ସେ ପ୍ରଥମ ଥର ଏହି ସମ୍ମାନାସ୍ପଦ ପୁରସ୍କାର ଲାଭ କରିଥିଲେ । ‘ୱିଣ୍ଡ୍‌ସ ଅଫ୍‌ ସମ୍‌ସାରା’ ଆଲବମ୍‌ ପାଇଁ ଉଟର କେଲରମ୍ୟାନ୍‌ଙ୍କ ସହ ତାଙ୍କୁ ଏହି ସମ୍ମାନ ମିଳିଥିଲା । ୨୦୨୨ ମସିହାରେ ‘ଡିଭାଇନ୍‌ ଟାଇଡ୍‌ସ’ ପାଇଁ ସେ ୨ୟ ଗ୍ରାମି ପୁରସ୍କାର ପାଇଲେ । ୨୦୨୩ ମସିହାରେ ‘ଡିଭାଇନ୍‌ ଟାଇଡ୍ସ’ର ଇମର୍ସିଭ ଅଡିଓ ସଂସ୍କରଣ ପାଇଁ ଶ୍ରେଷ୍ଠ ଇମର୍ସିଭ୍‌ ଅଡିଓ ଆଲ୍‌ବମ ବିଭାଗରେ ତାଙ୍କୁ ୩ୟ ଗ୍ରାମି ପୁରସ୍କାର ମିଳିଲା । 

ଗ୍ରାମି ନୋମିନେସନ୍‌ ନୋଶିର ମୋଦିଙ୍କ ପାଇଁ ଚଳିତ ବର୍ଷ ମାଇଲଖୁଣ୍ଟ ପ୍ରମାଣିତ ହୋଇଛି । ସେ ପ୍ରଥମ ଥର ଗ୍ରାମିରେ ନୋମିନେଟ୍‌ ହୋଇଛନ୍ତି । ‘କଶିରା’ ଗୀତରେ ନିଜର ଯୋଗଦାନ ଲାଗି ଶ୍ରେଷ୍ଠ ଗ୍ଲୋବାଲ ମ୍ୟୁଜିକ୍‌ ପରଫର୍ମାନ୍ସ ବିଭାଗରେ ତାଙ୍କୁ ନୋମିନେଟ୍‌ କରାଯାଇଛି । ଚଳିତ ଗ୍ରାମି ନୋମିନେସନ୍‌ରେ ଇତିହାସ ରଚିଛନ୍ତି ବିୟୋନ୍ସ । ତାଙ୍କୁ ସର୍ବାଧିକ ୧୧ ବିଭାଗରେ ନୋମିନେଟ୍‌ କରାଯାଇଛି । ଏଥିସହିତ କ୍ୟାରିଅର୍‌ରେ ମୋଟ୍‌ ୯୯ ଗ୍ରାମି ନୋମିନେସନ୍‌ରେ ସେ ସ୍ଥାନ ପାଇଛନ୍ତି । ୨୦୨୫, ଫେବ୍ରୁଆରୀ ୨ ତାରିଖରେ ଲସ୍‌ ଆଞ୍ଜେଲସଠାରେ ଗ୍ରାମି ପୁରସ୍କାର ଉତ୍ସବ ଆୟୋଜିତ ହେବ । ଏହି ସମ୍ମାନାସ୍ପଦ ପୁରସ୍କାର ପାଇଁ ସମଗ୍ର ବିଶ୍ୱର ପ୍ରତିଷ୍ଠିତ କଳାକାରମାନେ ପ୍ରତିଯୋଗିତା କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.