ପୁରୀ,୦୬/୦୬:ଅପରାଧ ନିୟନ୍ତ୍ରଣ ଅଭିଯାନରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୁଲିସ। ଏଥିସହ ସେମାନଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ,୨୦ଟି ଗୁଳି,୩ଟି ମୋବାଇଲ ଓ ୨୧ଶହ ଟଙ୍କା ଜବତ କରାଯାଇଛି ।
ତେବେ ଗିରଫ ଅଭିଯୁକ୍ତମାନେ ହେଲେ କୁମ୍ଭାରପଡ଼ା ଥାନା ଅଧୀନ ଫ୍ରେଣ୍ଡସ କ୍ଲବ୍ ଲେନର ରମେଶ ପରିଡ଼ା, ପେଣ୍ଠକଟା ମେରାଇନ ଥାନା ଅଧୀନ ବ୍ରାହ୍ମଣ ପୋଖରୀର ବାବୁ ଦାସ , ତାଳବଣିଆ ଥାନା ଅଧୀନ କୁମୁଟି ପାଟଣା ଜଗନ୍ନାଥ କଲୋନୀର ଗୁଡୁ ପଣ୍ଡା, ସିଦ୍ଧମହାବୀରେ ହରିଚନ୍ଦନ ଦାସ, ବାସେଳି ସାହି ଥାନା ଅଧୀନ ଗୋଖା ସାହିର ପତିତ ବେହେରା,ମଲ୍ଲିକା ଛକରେ ରହୁଥିବା ଓଡ଼ିଆ ମଠ ନିକଟର ଚିତ୍ତରଞ୍ଜନ ପୁରୋହିତ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତମାନେ ପୂର୍ବରୁ ୪ରୁ ୨୩ଟି ମାମଲା ଯାଏଁ ଜଡ଼ିତ ଥିବା ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।