ପ୍ରମୂଖ ଖବର
  • ୩୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବ୍ରାଞ୍ଚ୍‌ ଇନଚାର୍ଜ୍‌, ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • ଆଠଗଡ଼ : ସ୍ତ୍ରୀ ଆଗରେ ସ୍ୱାମୀକୁ ପିଟି ପିଟି ହତ୍ୟା ଘଟଣା: ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ଦେବଗଡ଼: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ, ଅଭିଯୁକ୍ତ ଫେରାର୍
  • ||
  • କେନ୍ଦୁଝର : ୧୦୦ ଫୁଟ ତଳକୁ ଖସିଲା ପାଣି ଟ୍ୟାଙ୍କର୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ଆସିବ ଚଳିତ ବର୍ଷର ବିଏମ୍‌ସି ବଜେଟ୍, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ନେଇ ହେବ ଆଲୋଚନା
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ଲଢ଼େଇ, ଜିତିଲେ ସେମି ଫାଇନାଲ
  • ||
  • କଟକ : ଘରୁ ମହିଳା ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ପାଇଁ ନିର୍ଦ୍ଦେଶ
  • ||
  • ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ରାଜ୍ୟରେ ପାଗ ଏବେ ଶୁଖିଲା: ୩୪ ଡିଗ୍ରୀ ଉପରେ ୬ ସହର ତାପମାତ୍ରା, ୨ ଦିନ ପରେ ୩ ଡିଗ୍ରୀ ବଢ଼ିବ ପାରଦ
  • ||

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ

Published By : Harapriya Sethi | February 28, 2025 7:16 AM

ନୂଆଦିଲ୍ଲୀ, ୨୮/୦୨: ଭୂକମ୍ପ ଝଟକାରେ ଥରିଲା ନେପାଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ନେପାଳ ଥିଲା । ଶୁକ୍ରବାର ବିଳମ୍ୱିତ ରାତି ପ୍ରାୟ ୨ଟା ୫୧ରେ ସିନ୍ଧୁପାଲଚୌକ ଜିଲ୍ଲାର ଭୈରବକୁଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ଶୁକ୍ରବାର ସକାଳୁ ସକାଳୁ ନେପାଳର ବିଭିନ୍ନ ଅଞ୍ଚଳରେ, ବିଶେଷକରି ପୂର୍ବ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଲୋକମାନେ ଭୂମିକମ୍ପ ଅନୁଭବ କରିଥିବା ସୂଚନା ମିଳିଛି । ଏହି ଭୂକମ୍ପ ଭାରତ ଏବଂ ଚୀନର ସୀମାନ୍ତ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଆହତ କିମ୍ୱା କ୍ଷୟକ୍ଷତିର କୌଣସି ସୂଚନା ବର୍ତ୍ତମାନ ମିଳିପାରି ନାହିଁ  ।

ନେପାଳରେ ଭୂମିକମ୍ପ ହେବା ପରେ ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା । ଏହାର ପ୍ରଭାବ ବିହାରର ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହା ପରେ ପାକିସ୍ତାନରେ ସକାଳ ୫ଟା ୧୨ରେ ମାଟି ଥରି ଉଠିଥିଲା । ଯାହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରରେ ରହିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଏହା ପରେ ତିବ୍ବତରେ ମଧ୍ୟ ଭୂକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ ହୋଇଛି । 

ପୁଣିଥରେ ଭୂମିକମ୍ପ ଝଟକାରେ ପୁଣି ଥରି ଉଠିଛି ପୃଥିବୀ । ପ୍ରତିଦିନ କେଉଁଠି ନା କେଉଁଠି ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଗତକାଲି ଆସାମରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ରେକର୍ଡ ହୋଇଥିଲା । ସେହିପରି ଦୁଇଦିନ ପୂର୍ବରୁ ବଙ୍ଗୋପସାଗରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହା କୋଲକାତା ଏବଂ ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା। ତଥାପି କୌଣସି କ୍ଷତିର ଖବର ମିଳିନାହିଁ । ଏହା ପୂର୍ବରୁ ମେରଠ, ଦିଲ୍ଲୀ ଏନସିଆର ଏବଂ ଅନେକ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଦିଲ୍ଲୀ-ଏନସିଆରରେ ମଧ୍ୟ ୫.୪ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହା ବେଶ୍ ଶକ୍ତିଶାଳୀ ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.