ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

Israel: ଇସ୍ରାଏଲରେ ଗାଡି ଚଢିଯିବାରୁ ୧୦ ଗୁରୁତର, ଆତଙ୍କୀ ଆକ୍ରମଣ ହୋଇଥିବା ନେଇ ଆଶଙ୍କା ପ୍ରକାଶ କଲା ପୋଲିସ

Published By : Bijay Swain | February 27, 2025 9:28 PM

Image courtesy: indiatoday

ନୂଆଦିଲ୍ଲୀ: ଗୁରୁବାର ଅପରାହ୍ନରେ ଇସ୍ରାଏଲରେ ଏକ ଗାଡି ପଥଚାରିମାନଙ୍କ ପାଇଁ ଉଦ୍ଧିଷ୍ଟ ଏକ ରାସ୍ତାକୁ ଧସେଇ ପଶି ଲୋକମାନଙ୍କ ଉପରେ ଚଢିଯାଇଛି। ଇସ୍ରାଏଲି ଗଣମାଧ୍ୟମ ସଂସ୍ଥା ଜେରୁଜେଲମ ପୋଷ୍ଟ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ତେବେ ଏହି ଦୁର୍ଘଟଣା ଘଟିବା ପରେ ଇସ୍ରାଏଲ ପୋଲିସ ଏହାକୁ ଏକ ଆତଙ୍କୀ ଆକ୍ରମଣ କହିବା ସହିତ ଏହାର ତଦନ୍ତ ଜାରି ରଖିଛି। 

ଏହି ଦୁର୍ଘଟଣା ପରଦେଶ ହନାକାକୁର ଇଣ୍ଟରସେକ୍ସନର ହାଇୱେ ୬୫ରେ ସ୍ଥାନୀୟ ସମୟ ୪ଟା ୧୮ରେ ହୋଇଥିଲା ବୋଲି ଇସ୍ରାଏଲର ଜାତୀୟ ଜରୁରିକାଳିନ ଚିକିତ୍ସା ସେବା ଯୋଗାଣକାରୀ ସଂସ୍ଥା ମାଗେନ ଡାଭିଡ ଆଡୋମ(ଏମଡିଏ) ପ୍ରକାଶ କରିଛି। 

ଏହି ଦୁର୍ଘଟଣାରେ ୧୦ ଜଣ ଆହାତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହା ସହ ପାଞ୍ଚଜଣ ପୁରୁଷ ଓ ତିନିଜଣ ମହିଳା ଏହି ଦୁର୍ଘଟଣାରେ ସାମାନ୍ୟ ଆହାତ ହୋଇଥିବା ନେଇ ସୂଚନା ମିଳିଛି। ଏହ ଦୁର୍ଘଟଣାରେ ଆହାତ ହୋଇଥିବା ସମସ୍ତ ଲୋକଙ୍କ ବୟସ ୨୦ରୁ ୭୦ ବର୍ଷ ବୋଲି ଜଣାପଡିଛି। ଏନେଇ ଏମଡିଏର ମୁଖପାତ୍ର ଜାକି ହିଲର ସ୍ଥାନିୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। 

ଏହା ସହ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବା ଦୁଇଜଣ ପୋଲିସ ଅଧିକାରୀଙ୍କୁ ଅଭିଯୁକ୍ତ ଜଣଙ୍କ ଛୁରାମାଡ କରିଥିଲା। ଏହି ଆକ୍ରମଣରେ ଦୁଇଜଣ ପୋଲିସ ଅଧିକାରୀ ଗୁରୁତର ହୋଇଯାଇଛନ୍ତି ବୋଲି ଜଣାପଡିଛି। ତେବେ ଅଭିଯୁକ୍ତ ଜଣଙ୍କୁ ଆତ୍ମରକ୍ଷାପାଇଁ ପୋଲିସ ଗୁଳିକରି ମାରି ଦେଇଥିବା ଜଣାପଡିଛି। 

ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ଏଯାଏ କୌଣସି ସୂଚନା ମିଳିନାହିଁ। ତେବେ ସ୍ଥାନିୟ ଗଣମାଧ୍ୟମ ଅନୁସାରେ ଅଭିଯୁକ୍ତ ଜଣଙ୍କୁ ୨୪ ବର୍ଷ ହୋଇଥିବା ବେଳେ ସେ ହାଇଦା ଜିଲ୍ଲାର ନିବାସି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ତାଙ୍କ ନାମରେ ପୂର୍ବରୁ କୌଣସି ଆପରାଧିକ ରେକର୍ଡ ନାହିଁ ବୋଲି ଜଣା ପଡିଛି।  

ଇସ୍ରାଏଲରେ ପୂର୍ବରୁ କେବେ ଏପରି ହୋଇନଥିବା କାରଣରୁ ଏହାକୁ ଏକ ଆତଙ୍କୀ ଆକ୍ରମଣ ବୋଲି ପୋଲିସ ଘୋଷଣା କରିଛି। ଏହି ଆକ୍ରମଣ ପଛରେ ହମାସର ହାତ ଥିବା ନେଇ ସନ୍ଦେହ କରାଯାଉଛି। ତେବେ ଏହି ଦୁର୍ଘଟଣା ଘଟିବା ପରେ ଏନେଇ ଇସ୍ରାଏଲ ପକ୍ଷରୁ କୌଣସି ରାଜନୈତିକ ଘୋଷଣା କରାଯାଇନାହିଁ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.