ରାଉରକେଲା,୦୫/୧୨: ରାଉଲକେଲା ରେଳ ଷ୍ଟେସନରୁ ୫୮ କେଜି ରୁପା ଜବତ କଲା ଜିଆରପି । ରୁପା ନେଇ ଯାଉଥିବା ବ୍ୟବସାୟୀଙ୍କ ସହ ସମସ୍ତ ରୁପା ଜିଏସ୍ଟି ବିଭାଗକୁ ହସ୍ତାନ୍ତର କଲା ଜିଆରପି । ସୁନ୍ଦରଗଡ ଜିଲ୍ଲା ରାଉରକେଲା ରେଳ ଷ୍ଟେସନରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଜଣେ ବ୍ୟବସାୟୀ ୫୮କେଜି ରୁପା ଧରି ରାଞ୍ଚି ଟ୍ରେନକୁ ଅପେକ୍ଷା କରିଥିଲେ । ତାଙ୍କ ଉପରେ ସନ୍ଦେହ ହେବାରୁ ଜିଆରପି ଛାନଭିନ କରିଥିଲା । ପରେ ଉକ୍ତ ବ୍ୟବସାୟୀଙ୍କ ନିକଟରୁ ୫୮କେଜି ରୁପା ଜବତ କରିଥିଲା ଜିଆରପି । ଏହା ପରେ ଜବତ ହୋଇଥିବା ସମସ୍ତ ରୁପା ଏବଂ ବ୍ୟବସାୟୀଙ୍କୁ ଜିଏସ୍ଟି ବିଭାଗକୁ ହସ୍ତାନ୍ତର କରିଛି ଜିଆରପି । ରାଜ୍ୟ ଜିଏସ୍ଟି ବିଭାଗ ଏହି ଘଟଣାର ତଦନ୍ତ କରୁଛି ।