ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚେକିଂ ବେଳେ କାରରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬।୪ : ବିନିକା ନୂଆବଜାର ଠାରେ  ଯାନବାହନ ଯାଞ୍ଚ ବେଳେ ବିନିକା ପୁଲିସ ଏକ ଇନୋଭା ଗାଡି ରୁ ବିପୁଳ ମାତ୍ରା ରେ ଟଙ୍କା ଜବତ କରିଛି । ଉକ୍ତ ଇନୋଭା କାର ଯାହାର ନଂ (ଏପି ୦୫-ଟିସି -୮୧୮୧) କୁ ସନ୍ଦେହ କରି ଚେକିଂ କରିବା ପରେ କାର ଭିତରୁ ୫୫ଲକ୍ଷ ୨୦ହଜାର ଟଙ୍କା ପୁଲିସ ଜବତ କରିଛି।  ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏତେ ଟଙ୍କା ଜବତ ହେବା ଘଟଣାକୁ ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରକୃତରେ ଉକ୍ତ ଟଙ୍କା କେଉଁ ଉଦ୍ଦେଶ୍ୟରେ ଥିଲା ବୋଲି ତାହା ସ୍ପଷ୍ଟ ହୋଇପାରିନାହିଁ ।

ଗାଡ଼ିରେ ବସିଥିବା ୩ ଜଣ ଉକ୍ତ ଟଙ୍କା ଧରି ଆନ୍ଧ୍ରପ୍ରଦେଶ କାକିନାଡ଼ା  ଯାଉଥିଲେ। ଜବତ ୫୫ ଲକ୍ଷ ୨୦ ହଜାର ଟଙ୍କାକୁ ସୋନପୁର ଏସବିଆଇ ବ୍ୟାଙ୍କ ରେ ଜମା କରି ଘଟଣାର ଅଧିକ ତଦନ୍ତ ଚାଲୁ ରଖିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ବିନିକା ଥାନା ତରଫରୁ ଆୟକର ବିଭାଗ ଏବଂ ଜିଲ୍ଲା ଜଣ ଶୁଣାଣୀ କମିଟି କୁ ଏହାର ତଦନ୍ତ କରିବାକୁ ଅନୁରୋଧ କରାଯାଇଛି | ଅନ୍ୟପକ୍ଷରେ ଟଙ୍କା ରଖିଥିବା ବ୍ୟକ୍ତି ମାନଙ୍କ ପ୍ରତିକ୍ରିୟା ନେବାରୁ ସିଂଘିଯୁବା ଠାରେ ଥିବା ତାଙ୍କର ୪ ଏକର ୬୦୦ଡିସମିଲ ଜମି ବିକ୍ରୀ ଟଙ୍କା ବୋଲି ସେମାନେ କହିଛନ୍ତି | ଏହି ଚଢ଼ାଉ ବେଳେ ଏଏସଡିପିଓ ପ୍ରତାପ ତ୍ରିପାଠୀ, ବିନିକା ଥାନା ଅଧିକାରୀ ସରଙ୍ଗାଧର ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ପୁଲିସ କର୍ମଚାରୀ ସାମିଲ ଥିଲେ |

ଆହୁରି ପଢନ୍ତୁ : ଟ୍ରକରେ ଚାପି ହୋଇ ବାପା ସହ ୨ ପୁଅ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.