ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପୁଲିସ ପିସ୍ତଲରୁ ଗୁଳିଫୁଟି ସୋନପୁର ବିଧାୟକଙ୍କ ପିଏସ୍‌ଓଙ୍କ ସମେତ କକାପୁଅ ଭାଇ ମୃତ, ପୁଲିସ ସର୍ଭିସ ରିଭଲଭର ଓ ଅଫୁଟା ଗୁଳି ଜବତ

ବିନିକା/କୌଡିଆମୁଣ୍ଡା, ୦୭/୦୮ : ସୋନପୁର ବିଧାୟକଙ୍କ ପିଏସ୍‌ଓ ମନୋଜ ଝାଙ୍କର ଓ ତାଙ୍କ କାକା ପୁଅ ଭାଇ ଶେଷଦେବ ଝାଙ୍କର ମୁଣ୍ଡରେ ଗୁଳିବାଜି ଉଭୟେ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ମନୋଜଙ୍କ ସର୍ଭିସ ରିଭଲଭର ଓ ଏକ ଅଫୁଟା ଗୁଳି ପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଗୁଳି ଫୁଟିଲା? କିଏ କାହିଁକି ଗୁଳି ଚଳାଇଲା ତାହା ଜଣାପଡ଼ିନାହିଁ । ଖବରପାଇ ବିନିକା ପୁଲିସ ଘଟଣାସ୍ଥଳରୁ ଉଭୟଙ୍କ ମୃତ ଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୁବର୍ଣ୍ଣପୁର ଏସପି ୟସ ପ୍ରତାପ ଶ୍ରୀମଲ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରୁଥିବା ବେଳେ ରାତି ୯ଟାରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବିନିକା ପହଞ୍ଚିଛନ୍ତି । 

ଅପରପକ୍ଷେ ଘଟଣା ସମ୍ପର୍କରେ କେହି ମଧ୍ୟ ମୁହଁ ଖୋଲୁ ନାହାନ୍ତି । ଏଣେ ପୁଲିସ ସମ୍ପୃକ୍ତି ରହୁଥିବାରୁ ଏନେଇ ପୁଲିସ ମଧ୍ୟ କୌଣସି ସୂଚନା ଦେବାକୁ ମନା କରିଛି । ଗ୍ରାମବାସୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସ୍‌ଓ ମନୋଜ ରାମପୁରଠାରେ ବିଧାୟକଙ୍କ ସହିତ ରହିଯାଆନ୍ତି । ରାମପୁରଠାରୁ ତାଙ୍କ ଘର ଚୁଲିମାଳ ମାତ୍ର ୧୦ କିଲୋମିଟର ହୋଇଥିଲେ ହେଁ ବିଧାୟକଙ୍କ ସୁରକ୍ଷାରେ ନିୟୋଜିତ ହୋଇଥିବାରୁ ସେ ସେଠାରେ ରହିଯାଉଥିବା ଗ୍ରାମବାସୀ କହିଛନ୍ତି । ତେବେ ସୋମବାର ସନ୍ଧ୍ୟାରେ ସେ ନିଜ ଘର ଚୁଲିମାଳକୁ ଯାଇଥିଲେ । ଗତକାଲି ସକାଳେ ମନୋଜ, ତାଙ୍କ କକାପୁଅ ଭାଇ ଶେଷଦେବଙ୍କ ସମେତ ଆଉ ୪ଜଣ ବନ୍ଧୁଙ୍କୁ ମିଶାଇ ମୋଟ ୬ଜଣ ଏକ ପାର୍ଟି ଆୟୋଜନ କରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଗାଁର ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମ ନିକଟସ୍ଥ ଖୋଲା ପଡ଼ିଆରେ ଭୋଜିଭାତ ହୋଇଥିଲା । ବର୍ଷାଦିନ ଯୋଗୁ ସେଠାରେ ରନ୍ଧାରନ୍ଧି ନକରି ବାହାରୁ ଖାଦ୍ୟ ଆଣି ଖାଇଥିଲେ । ସେଲିବ୍ରେସନ୍‌ର ଆସର ସନ୍ଧ୍ୟାଯାଏଁ ଚାଲିଥିଲା । ତେବେ ମନୋଜ ପୁଲିସ କନେଷ୍ଟବଳ ହୋଇଥିବାରୁ ଗ୍ରାମର କେହି ସେ ଆଖପାଖ ଯାଇନଥିଲେ । ପରେ ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଗାଁ ପଡ଼ିଆରେ ମନୋଜ ଏବଂ ଶେଷଦେବଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଖବର ମିଳିଥିଲା । ଏହି ଘଟଣା ପ୍ରଘଟ ହେବାପରେ ସେଠାରେ ଗ୍ରାମବାସୀଙ୍କ ଭିଡ଼ ଲାଗିଥିଲା । ଖବରପାଇ ବିନିକା ପୁଲିସ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାରକରି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ବିନିକା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା । ଉଭୟଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ସେମାନେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ରଖିଛନ୍ତି । 

ଆଜି ସକାଳେ ସେମାନଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି । ଅପରପକ୍ଷେ ଉଭୟ ମନୋଜ ଓ ଶେଷଦେବଙ୍କ ପରିବାର ସଦସ୍ୟଙ୍କୁ ଗୋଟିଏ କୋଠାରୀରେ ରଖି ପୁଲିସ ସେଠାରେ ପଇଁତରା ମାରୁଛି । ଗୁଳିକାଣ୍ଡ ପରେ ପୁଲିସ ଦୁଇଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକରଖି ପଚରାଉଚୁରା ଚଳାଇଛି । ରାତି ପ୍ରାୟ ୯ଟା ସମୟରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ବିନିକା ଥାନାକୁ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଅପରପକ୍ଷେ ଆଖପାଖ ଗ୍ରାମବାସୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଝାଙ୍କର ପରିବାରରେ କୌଣସି ବିବାଦ ନଥିଲା । ଜମିଜମା ସମ୍ପର୍କିତ କୌଣସି ଗଣ୍ଡଗୋଳ ମଧ୍ୟ କେହି କେବେ ଜାଣିନଥିବା କହିଛନ୍ତି । ତେବେ ଉଭୟେ ଅଳ୍ପ ବୟସର ହୋଇଥିବାରୁ କୌଣସି ପ୍ରେମ କାରବାରକୁ ନେଇ ଉଚ୍ଚବାଚ ପରେ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି । ତେବେ ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତରେ ଯେଭଳି ବ୍ୟାଘାତ ନହେବ ତାହାକୁ ଦୃଷ୍ଟିରେ ରଖି କୌଣସି ସୂଚନା ଦେବାକୁ ପୁଲିସ ଆଇଜି ଶ୍ରୀ ଲାଲ ମନା କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.