ଲମତାପୁଟ , ୧୬।୧୦ ମାଛକୁଣ୍ଡ ଡ୍ୟାମ ନିକଟ ବୁରଡେଲ ମନ୍ଦିର ସମ୍ମୁଖରେ ଏକ ଜିପ ଦୁର୍ଘଟଣା ଗସ୍ତ ହୋଇ ୫ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆନ୍ଧ୍ରପ୍ରଦେଶର ପେଦବାଇଲରୁ ମାଛକୁଣ୍ଡ ଡୁଡୁମା ଜଳପ୍ରପାତ ବୁଲିବା ପାଇଁ ଏକ ଜିପ୍ରେ ପର୍ଯ୍ୟଟକ ଆସିଥିଲେ। ବୁରଡେଲ ମନ୍ଦିର ସମ୍ମୁଖରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫ ପର୍ଯ୍ୟଟକ ଆହତ ହୋଇଥିଲେ l ସେମାନଙ୍କ ମଧ୍ୟରୁ ଜଣେ ମହିଳା କମାଣ୍ଡର ଜିପ୍ ତଳେ ରହିଯାଇ ଥିଲେ l ସ୍ଥାନୀୟ ଲୋକଙ୍କ ସହାୟତାରେ ଜିପକୁ ଉଠାଇ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି l ସମସ୍ତଙ୍କୁ ଅନକାଡେଲି ପ୍ରକଳ୍ପ ମେଡିକାଲରେ ଭର୍ତ୍ତି କରା ଯାଇ ଚିକିତ୍ସା ଜାରି ରହିଛି l ଗୁରୁତର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି l