ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ : ୯ ଆହତ,୪ କୋର୍ଟ ଚାଲାଣ

Published By : Prameya | May 13, 2025 8:02 PM

ବିଞ୍ଝାରପୁର ୧୩ | ୫ (ଆପ୍ର) ବିଞ୍ଝାରପୁର ଥାନା ଅନ୍ତର୍ଗତ ଟିଣା ପଞ୍ଚାୟତର ଖରଦିପୁର ଗ୍ରାମରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ମାରପିଟ ରେ ଉଭୟ ପକ୍ଷରୁ ୯ ଜଣ ଆହତ ହୋଇଛନ୍ତି। ଏହି ମାରପିଟ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଅଭିଯୋଗ   ମୁତାବକ ଜମିବାଡ଼ି ବିବାଦକୁ ନେଇ ଗ୍ରାମର ଶିବ ସାମଲ ଓ ଅରୁଣ ସାମଲଙ୍କ ପରିବାର ମଧ୍ୟରେ ମନମାଳିନ୍ୟ ରହିଥିଲା। ଏହି କାରଣରୁ ନେଇ ଦୁଇ ପରିବାର ମଧ୍ୟରେ ବବସା ପରେ ଠେଙ୍ଗା ଓ ବାଡ଼ି ବିଭିନ୍ନ ଅସ୍ତ୍ର ସାହାଯ୍ୟରେ ମାରପିଟ ହୋଇଥିଲା। ଏହି ମାରପିଟ ରେ ଉଭୟ ପକ୍ଷରୁ ୯ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆହତମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ବର୍ତ୍ତମାନ ଚିକିତ୍ସାଧୀନ ହେଉଛନ୍ତି। ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିବା ସହ ଉଭୟ ପକ୍ଷରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅରୁଣ ସାମଲଙ୍କ ସମ୍ପର୍କୟ ଦୀପକ ପାତ୍ର,ଧିରେନ୍ଦ୍ର ସ୍ୱାଇଁ ଅନ୍ୟ ୨ଜଣ ମଧ୍ୟରେ ଶିବ ସାମଲଙ୍କ ପକ୍ଷରୁ ଟୁକୁନା ସାମଲ ଏବଂ ଧୋଇ ସାମଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଅନ୍ୟ ପକ୍ଷରେ ବିଞ୍ଝାରପୁର ଥାନା ଅଧିକାରୀ ବାମଦେବ ନନ୍ଦ ଖୋଦ ଘଟଣାକୁ ତଦନ୍ତ କରିବା ସହ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.