ପ୍ରମୂଖ ଖବର
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ମେ ୧୫ ଯାଏଁ ସାରା ଦେଶରେ ୩୨ ଏୟାରପୋର୍ଟ ବନ୍ଦ, ବିମାନ ଚଳାଚଳ ବାତିଲ

Published By : Prameya | May 10, 2025 9:07 AM

ନୂଆଦିଲ୍ଲୀ, ୧୦/୦୫ : ଭାରତ-ପାକ୍ ଯୁଦ୍ଧ ଭିତରେ ସରକାରଙ୍କ ବଡ଼ ନିଷ୍ପତ୍ତି। ନାଗରିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତର ଏବଂ ପଶ୍ଚିମ ଭାରତର ୩୨ ବିମାନ ବନ୍ଦର ବନ୍ଦ। ଘରୋଇ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ। ମେ ୧୫ ସକାଳ ୫ଟା ୩୦ ଯାଏଁ ଉଡାଣ ରଦ୍ଦ ରହିବ। ଏହି ସମସ୍ତ ବିମାନ ବନ୍ଦରରେ ନୋଟମ ଜାରି କରାଯାଇଛି। ଏହି ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବହୁ ଉଡାଡ଼ ରଦ୍ଦ କରି ଦେଇଛନ୍ତି। ଇଣ୍ଡିଗୋ ଗ୍ରାହକଙ୍କ ପାଇଁ ଫ୍ଲାଇଟ୍ ସ୍ଥିତି ଯାଞ୍ଚ, ରି-ବୁକିଂ, କିମ୍ଵା ରିଫଣ୍ଡ୍ କରିବା ପାଇଁ ଲିଙ୍କ ସେୟାର କରିଛି।  

ସୂଚନାନୁଯାୟୀ, ଅଧମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ବଠିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସାଲେମର, ଜମ୍ମୁ, ଜାମନଗର, ଜୋଧପୁର, କାଣ୍ଡଲା, କାଙ୍ଗଡା, କେଶୋଦ, କିଶନଗଡ, କୁଲ୍ଲୁ ମନାଲି, ଲେହ, ଲୁଧିୟାନା, ମୁନ୍ଦ୍ରା, ନଲିଆ, ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ, ସରସାୱା, ଶିମଲା, ଶ୍ରୀନଗର, ଥୋଇସ୍, ଉତ୍ତରଲାଇ ବିମାନ ବନ୍ଦର ବନ୍ଦ ରଖାଯାଇଛି। 

ଭାରତ-ପାକ୍ ଯୁଦ୍ଧ ସ୍ଥିତି ଯୋଗୁଁ ବିମାନ ବନ୍ଦର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ଯାତ୍ରୀଙ୍କ ପାଇଁ ସେକେଣ୍ଡାରୀ ଲ୍ୟାଡର ପଏଣ୍ଟ ଚେକ୍‌ ଅନିବାର୍ଯ୍ୟ କରାଯାଇଛି। ଭିଜିଟର ଏଣ୍ଟ୍ରି ସମ୍ପୂର୍ଣ୍ଣ ଭାବେ ସସପେଣ୍ଡ୍ କରାଯାଇଛି। ଏୟାର ମାର୍ସଲ ନିୟୋଜିତ କରାଯାଇଛି। ଅତି କମ୍‌ରେ ୩ ଘଣ୍ଟା ଆଗରୁ ବିମାନ ବନ୍ଦରରେ ପହଞ୍ଚିବାକୁ ଏୟାରଲାଇନ ଯାତ୍ରୀମାନଙ୍କୁ ଅନୁରୋଧ କରିଛି। 


ଏହି ଖବରଟିକୁ ପଢନ୍ତୁ-ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.