ଫିରିଙ୍ଗିଆ,୨୬/୦୨ : ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ କାରକୁ ଯାଞ୍ଚ କରି ଫିରିଙ୍ଗିଆ ପୋଲିସ ୩୦ କିଲୋ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଡ଼ସାହି ବାଇଗଣିଆ ଗାଁ ର ଶଶୀଧର ଦାସ ।
ମଙ୍ଗଳବାର ଏସଆଇ ଅଜୟ କୁମାର ସାହୁ, ଏସଆଇ ପ୍ରମୋଦ କୁମାର ବେହେରାଙ୍କ ସହ ଏକ ଟିମ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଫିରିଙ୍ଗିଆ ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଯାଉଥିବା ଏକ କାରକୁ ସନ୍ଦେହରେ ଅଟକାଇଥିଲେ I ପୋଲିସ କୁ ଦେଖି କାରରୁ କିଛି ଲୋକ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟକ୍ତି ଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲେ I ପରେ କାରକୁ ଯାଞ୍ଚ କରିବା ସମୟରେ କାର ଡ଼ିକିରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଥିଲା I ଗିରଫ ହୋଇଥିବା ବ୍ୟକ୍ତି ଜଣକ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଡ଼ସାହି ବାଇଗଣିଆ ଗାଁ ର ଶଶୀଧର ଦାସ । ସେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି I ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଗଞ୍ଜେଇ ସହ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।