ଭୁବନେଶ୍ୱର, ୩୦।୧୨: ରାଜ୍ୟର ୧୧ ଜିଲ୍ଲାର ୨୮ ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ତେଣୁ ସେମାନଙ୍କର କଟିପାରେ ରାସନ୍ କାର୍ଡ । ତାଙ୍କୁ ଆଉ ମିଳିବନି ରାସନ୍ ଚାଉଳ । ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୩ ଲକ୍ଷ ୬୭ ହଜାର ୭୫୫ଜଣ ଇ-କେୱାଇସି ଅପଡେଟ୍ କରିନଥିବା ବେଳେ ମୟୂରଭଞ୍ଜରେ ୩ ଲକ୍ଷ ୨୨ ହଜାର ୮୧୭, କଳାହାଣ୍ଡିରେ ୩ ଲକ୍ଷ ୧୨ ହଜାର ୮୪, କେନ୍ଦୁଝରରେ ୨ ଲକ୍ଷ ୮୯ ହଜାର ୪୮୪, କୋରାପୁଟରେ ୨ ଲକ୍ଷ ୮୮ ହଜାର ୩୭୦, ନବରଙ୍ଗପୁରରେ ୨ ଲକ୍ଷ ୮୬ ହଜାର ୯୦୦, ବାଲେଶ୍ୱରରେ ୨ ଲକ୍ଷ ୫୮ ହଜାର ୧୫୮, ବଲାଙ୍ଗିରରେ ୨ ଲକ୍ଷ ୩୨ ହଜାର ୯୫, ସୁନ୍ଦରଗଡ଼ରେ ୨ ଲକ୍ଷ ୧୬ ହଜାର ୨୧୨, ଯାଜପୁରରେ ୨ ଲକ୍ଷ ୬ ହଜାର ୩୦୦ ଓ ଦେବଗଡ଼ ଜିଲ୍ଲାରେ ୨୪ ହଜାର ୪୦୮ ହିତାଧିକାରୀ କରିନାହାନ୍ତି ଇ-କେୱାଇସି ।
ନେଟୱାର୍କ ସମସ୍ୟା, ବୟସ୍କ ଓ ଛୋଟପିଲାଙ୍କ ଆଧାର କାର୍ଡରେ ସମସ୍ୟା କାରଣରୁ ଅଧିକାଂଶ ଇ-କେୱାଇସି ଅପଡେଟ୍ କରିପାରୁନଥିବା ଅଭିଯୋଗ ମଧ୍ୟ ହେଉଛି । ତେଣୁ ସମୟସୀମା ବୃଦ୍ଧି କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ କୁମାର ଦାସ ବାରମ୍ବାର ବିଧାନସଭାରେ ଏହି ଦାବି କରିବା ସହିତ ଗୃହ ବାହାରେ ମଧ୍ୟ ଏହା ଦୋହରାଇଛନ୍ତି ।