ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ମୌସୁମୀ ଦୁର୍ବଳ, ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ୩୩ ପ୍ରତିଶତ କମ୍ ବର୍ଷା

Rain Deficit

ନୂଆଦିଲ୍ଲୀ, ୩୦/୦୮: ଦିନକ ପରେ ସରିଯିବ ଅଗଷ୍ଟ ମାସ । ତଥାପି ଭଲ ବର୍ଷା ନାହିଁ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨ ଦିନ ଉତ୍ତରପୂର୍ବର କିଛି ରାଜ୍ୟ ଓ ଦକ୍ଷିଣର କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ । 

୧୯୦୧ ମସିହାର ଅଗଷ୍ଟ ପରେ ଚଳିତ ଅଗଷ୍ଟ ସବୁଠୁ ଶୁଖିଲା ହେବାକୁ ଯାଉଛି । ମୌସୁମୀ ଦୁର୍ବଳ ରହିଥିବା ବେଳେ ହିମାଚଳ ଓ ଉତ୍ତରାଖଣ୍ଡକୁ ଛାଡ଼ିଦେଲେ ଅଗଷ୍ଟରେ କମ୍ ବର୍ଷା ହୋଇଛି । ଫଳରେ ଅଗଷ୍ଟରେ ହାରାହାରି ତାପମାତ୍ରା ୨୭.୫୫ ଡିଗ୍ରୀ ରହିଛି । ଦିନକ ପରେ ଅଗଷ୍ଟ ମାସ ସରିଲେ ଏହା ଇତିହାସରେ ସବୁଠୁ ତତଲା ଅଗଷ୍ଟ ହେବା ଆଶଙ୍କା କରାଯାଉଛି ।

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ; ୫, ୬ରେ ପ୍ରବଳ ବର୍ଷା

ଚଳିତ ଅଗଷ୍ଟର ୨୯ ଦିନ ମଧ୍ୟରୁ ୨୫ ଦିନ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଏବେ ମନସୁନ୍ ବ୍ରେକ୍ ଚାଲିଥିବା ବେଳେ ଅଗଷ୍ଟରେ ସ୍ୱାଭାବିକ ଠାରୁ ୩୩ ପ୍ରତିଶତ କମ୍ ବର୍ଷା ହୋଇଛି । ଯାହା ୩୫ ପ୍ରତିଶତକୁ ବୃଦ୍ଧି ପାଇପାରେ । ଅଗଷ୍ଟ ୨୯ ଯାଏ ଦେଶରେ ୨୪୧ ମିମି ବର୍ଷା ହେଉଥିବା ବେଳେ ଚଳିତ ବର୍ଷ ୧୬୦ ମିମି ବର୍ଷା ହୋଇଛି । ଅର୍ଥାତ୍ ମୌସୁମୀ ବର୍ଷା ୯ ପ୍ରତିଶତ କମ୍ ହୋଇଛି । ଆଗକୁ ସେପ୍ଟେମ୍ବରର ବର୍ଷା ଏହାର ଭରଣା କରିବା ସମ୍ଭବ  ନୁହେଁ । ଏମିତି ହେଲେ ବିଗତ ୮ ବର୍ଷରେ ଏହା ସବୁଠୁ କମ୍ ବର୍ଷା ହୋଇଥିବା ମୌସୁମୀ ହେବ ।

ତେବେ ଅଗଷ୍ଟରେ କମ୍ ବର୍ଷାର କାରଣ ଏଲ ନିନୋ ସକ୍ରିୟ ହେବା କୁହାଯାଉଛି । ବିଗତ ୬୫ ବର୍ଷରେ ୧୪ଥର ଏଲ ନିନୋ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହୋଇଛି । ଫଳରେ ୯ ଥର ଭାରତରେ ଏହାର ବଡ଼ ପ୍ରଭାବ ପଡ଼ିଛି । ମେଟ୍ରୋଲୋଜି ଆଣ୍ଡ କ୍ଲାଇମେଟ୍ ଚେଞ୍ଜ ସ୍କାଏମେଟର ଅଧ୍ୟକ୍ଷ ଜି.ପି. ଶର୍ମା ୧୯୯୧ ସ୍ଥିତି ୨୦୨୩ରେ ଉପୁଜିବା ଆଶଙ୍କା କରିଛନ୍ତି । 

ପାକିସ୍ତାନରେ ବିଜୁଳି ସଂକଟ, ୟୁନିଟ୍ ପିଛା ୫୬ ଟଙ୍କା

ପାଣିପାଗ ବିଜ୍ଞାନ ଅନୁସାରେ, ୧୦ ପ୍ରତିଶତରୁ କମ୍ ବର୍ଷା ହେଲେ ତାକୁ ସ୍ୱଳ୍ପ ମରୁଡ଼ି କୁହାଯାଏ । ଦେଶରେ ଚାଷ, ନାଳ ଓ ଜଳତ୍ସୋତ ପୂରଣ ପାଇଁ ଆବଶ୍ୟକ ପାଣିର ୭୦ ପ୍ରତିଶତ ବର୍ଷାରୁ ମିଳିଥାଏ । ଅଗଷ୍ଟ ମାସରେ ଦକ୍ଷିଣ, ପଶ୍ଚିମ ଓ ମଧ୍ୟ ଭାରତରେ ବହୁତ କମ୍ ବର୍ଷା ହୋଇଛି । ମୌସୁମୀ ଆରମ୍ଭ ପରେ ଚାଷୀ ଚାଷ ଆରମ୍ଭ କରିଥିବା ବେଳେ ଫସଲ ପ୍ରଭାବିତ ହୋଇଛି । ଗଛର ବୃଦ୍ଧି ଆଶାନୁରୂପ ହୋଇ ନଥିବା ବେଳେ ଉତ୍ପାଦନ ହ୍ରାସ ଆଶଙ୍କା କରିଛନ୍ତି ଚାଷୀ ।

ମୌସୁମୀ ମଡେଲକୁ ଅନୁସରଣ କଲେ, ସେପ୍ଟେମ୍ବର ୪ ପରେ ୧୦ ଦିନ ଯାଏ ଶେଷ ପର୍ଯ୍ୟାୟ ମୌସୁମୀ ବର୍ଷା ହୋଇପାରେ । ଏପରିକି ଦେଶର ପଶ୍ଚମ ଭାଗରୁ ମୌସୁମୀ ସମୟ ପୂର୍ବରୁ ୧୫ ଅଥବା ୧୬ ସେପ୍ଟେମ୍ବର ବେଳକୁ ବିଦାୟ ନେଇପାରେ । ତେବେ ମୌସୁମୀ କେବେ ବିଦାୟ ନେବ ସେ ସ୍ଥିତି ଏବେ ଅନିଶ୍ଚିତ ଥିବା ପାଣିପାଗ ବିଭାଗ କହିଛି । ସାଧାରଣତଃ ପଶ୍ଚିମ ରାଜସ୍ଥାନରୁ ସେପ୍ଟେମ୍ବର ୧୭ ବେଳକୁ ମୌସୁମୀ ବିଦାୟ ନେଇଥାଏ । 

ଓଡ଼ିଶାକୁ ପ୍ରଶଂସା କଲେ ସୁପ୍ରିମ୍‌କୋର୍ଟ କମିଟି, ସଡ଼କ ଦୁର୍ଘଟଣା କମାଇବାରେ ସଫଳ

  • Monsoon
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.