ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଚୋରା ଗାଡ଼ିରେ ଗୋରୁ ଚାଲାଣ;୨ କୁଖ୍ୟାତ ଲୁଟେରା ଗିରଫ, ୧୦ ଗାଡ଼ି ଜବତ

Published By : Anindita Ratha | June 4, 2025 2:30 PM

ଭୁବନେଶ୍ୱର, ୦୪/୦୬: ଚୋରା ଗାଡ଼ିରେ ଗୋରୁ ଚାଲାଣ।  ଏନେଇ ୨ କୁଖ୍ୟାତ ଲୁଟେରା ଗିରଫ କରିବା ସହ ୧୦ ଗାଡ଼ି ଜବତ କରିଛି ପୁଲିସ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ  ପିପିଲି ଅଞ୍ଚଳର ଅରମାନ ଶାହ ଓ ଇଫତିକାର ଆଲାମ ବୋଲି ଜଣାପଡ଼ିଛି । 

ତେବେ ଏମାନେ ନକଲି ଚାବିରେ ରାସ୍ତାକଡ଼ରୁ ଚୁଟକିରେ ସ୍କର୍ପିଓ ଟାଟା ଏସି ଚୋରି କରୁଥିଲେ । ଆଉ ଚୋରା ଗାଡ଼ିରେ ଗଂଜେଇ, ମଦ ଚାଲାଣ ସହ ଅନ୍ୟାନ୍ୟ ଅପରାଧିକ କାମ କରୁଥିଲେ । ଏଭଳି ଏକ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର କମିଶନରେଟ ପୁଲିସ ପର୍ଦାଫାଶ କରିଛି । ଚୋରା ଗାଡ଼ିରେ ଗୋରୁ ଚାଲାଣ କରିବା ଏହି ଗ୍ୟାଙ୍ଗର ମୁଖ୍ୟ କାମ ଥିଲା। ପୁଲିସ କମିଶନର ଡ଼. ଏସ ଦେବଦତ୍ତ ସିଂ ଙ୍କ କହିବା ମୁତାବକ, ୨ ଲୁଟେରା ରାତିବେଳା ଭୁବନେଶ୍ୱର, ପିପିଲି, ପୁରୀ, ଖୋର୍ଦ୍ଧା, ଜଟଣୀ ଅଞ୍ଚଳର ଏନଏଚ-୩୧୬ ଓ ଏନଏଚ- ୧୬ ରେ ଘୁରି ବୁଲୁଥିଲେ । ଆଉ ନକଲି ଚାବିରେ କାର, ଟାଟା ଏସି ଚୋରି କରୁଥିଲେ ।

କେବଳ ଗାଡି ଚୋରି କରୁଥିଲେ ତା ନୁହେଁ, ଚୋରି ଗାଡିରେ ଅନେକ ଅପରାଧିକ କାର୍ଯ୍ୟ କରୁଥିଲେ। ପୁଲିସକୁ ଚକମା ଦେବା ପାଇଁ ସେହି ଚୋରି ଗାଡ଼ିରେ ପଶ୍ଚିମବଙ୍ଗର ବିଭିନ୍ନ ସହରକୁ ଗାଈ ଚାଲାଣ କରୁଥିଲେ । ଜବତ ୧୦ଟି ଗାଡ଼ିରୁ ଏମାନେ ଗୋଟିଏ ଗାଡିର ପାର୍ଟସ ଖୋଲି ବିକିବାକୁ ଚେଷ୍ଟା କରୁଥିଲେ । ଏହା ସହିତ ୪ ଟି ଗାଡ଼ିକୁ ଲୁଟେରାମାନେ ସ୍କାର୍ପ କରି ଦେଇଥିବା ଜଣାପଡିଛି  । ଗାଈ ଚାଲାଣ କରିବା ସହ ବଡ଼ ବଡ଼ ଅପରାଧରେ ରହିଛି ଏମାନଙ୍କର ସମ୍ପୃକ୍ତି । ଅରମାନ ଓ ଇଫତିକାର ନାଁରେ ପୁରୀ, ପିପିଲି, କଟକ, ଖୋର୍ଦ୍ଧା ସହ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୧ ରୁ ଅଧିକ ମାମଲା ରହିଛି  । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.