ଆଳି, ୨୪/୦୭ : ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ବେଳେ ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ବ୍ୟବସାୟୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗ୍ରାମର ବ୍ୟବସାୟୀ ପିତାମ୍ବର ଦାସ ଗୁରୁବାର ଦିନ ପ୍ରାୟ ୧୦ଟା ୪୫ରେ ଷ୍ଟେଟ୍ ବ୍ୟାଙ୍କ ଆଳି ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ସାଇକେଲ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ନିଆଳ ଗ୍ରାମ ରାସ୍ତାରେ ଦୁଇ ଜଣ ଯୁବକ ବାଇକ୍ରେ ଆସି ତାଙ୍କ ଠାରୁ ଟଙ୍କା ଝାମ୍ପି ନେଇ ଫେରାର୍ ହୋଇଯାଇ ଥିଲେ। ଏନେଇ ପିତାମ୍ଵର ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି।