ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୪ ଘଣ୍ଟାରେ କୋଟାରେ ୨ ଛାତ୍ରଙ୍କ ଆତ୍ମହତ୍ୟା, ଚଳିତ ବର୍ଷ ଜୀବନ ହାରିଲେଣି ୨୩ ଜଣ

Students In Kota

କୋଟା, ୨୮/୦୮: ଇଞ୍ଜିନିୟରିଂ ହେଉ କି ମେଡିକାଲ୍ ପଢ଼ିବା ଲାଗି ରାଜସ୍ଥାନର କୋଟାକୁ ଛୁଟି ଆସିଥାନ୍ତି ଛାତ୍ରଛାତ୍ରୀ । କୋଚିଂ ପାଇଁ ପ୍ରସିଦ୍ଧ କୋଟାରେ ରବିବାର ମାତ୍ର ୪ ଘଣ୍ଟା ବ୍ୟବଧ୍ୟାନରେ ୨ ଜଣ ଆତ୍ମହତ୍ୟା କରିଛନ୍ତି । ଏଥିସହ ଚଳିତ ବର୍ଷ ଆତ୍ମହତ୍ୟା ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । 

ମହାରାଷ୍ଟ୍ରର ୧୭ ବର୍ଷୀୟ ଅଭିସ୍କାର ଶାମ୍ବାଜୀ କସଲେ ଓ ବିହାରର ୧୮ ବର୍ଷୀୟ ଆଦର୍ଶ ରାଜ ପୃଥକ ପୃଥକ ଭାବେ ଜୀବନ ହାରିଛନ୍ତି । କୋଚିଂ ସେଣ୍ଟରର ୬ ମହଲା ଛାତରୁ ଡେଇଁ ଅଭିସ୍କାର ଜୀବନ ହାରିଥିବା ବେଳେ ଭଡ଼ା ଘରେ ଆତ୍ମହତ୍ୟା କରିଛନ୍ତି ଆଦର୍ଶ ।

କୌଣସି ବଡ଼ ବ୍ୟାଙ୍କ୍‌ ଠାରୁ କମ୍‌ ନୁହଁନ୍ତି ଜଗତ୍‌ ସେଠ୍‌; ଇଂରେଜ ମାନେ ବି ନେଉଥିଲେ କରଜ, ନିଜେ ତିଆରି କରୁଥିଲେ କଏନ୍‌

କୋଟାରେ ଜଣଙ୍କ ପରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କୁ ଚିନ୍ତିତ କରିଛି । ପ୍ରଶାସନ ଚିନ୍ତା ପ୍ରକଟ କରିବା ସହ କୋଟା ଜିଲ୍ଲାପାଳ ଆତ୍ମହତ୍ୟା ମାମଲାକୁ ଦେଖି ଆଡଭାଇଜରି ଜାରି କରିଛନ୍ତି । ସମସ୍ତ କୋଚିଂ ସେଣ୍ଟର ଆଗାମୀ ୨ ମାସ ଯାଏଁ ନିଟ୍ ଓ ଜେଇଇ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ନିୟମିତ ଟେଷ୍ଟ ନେବାକୁ ମନା କରାଯାଇଛି ।

୨୦୨୨ ମସିହାରେ କୋଟାରେ ୧୫ ଜଣ ଜୀବନ ହାରିଥିଲେ । ଡିସେମ୍ବର ମାସରେ ଗୋଟିଏ ଦିନରେ ଆତ୍ମହତ୍ୟା କରିଥିଲେ ୩ ଜଣ । ତଥ୍ୟ ଅନୁସାରେ, କୋଭିଡ୍ ପରେ କୋଟାରେ ଆତ୍ମହତ୍ୟା ସଂଖ୍ୟା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୭ରେ ୧୦ ଜଣ, ୨୦୧୮ରେ ୧୨ ଜଣ ଏବଂ ୨୦୨୧ରେ କୋଟାରେ ୯ ଜଣ ଜୀବନ ହାରିଥିଲେ ।

କରଡ଼ି ପାଇଁ ଜଙ୍ଗଲରେ ପହରା... ସହରରେ ପସରା, ୨ ମାସରେ ଜିଲ୍ଲାରୁ ୫ ହଜାର ଟନ୍‌ର ବେପାର

ଛାତ୍ର ଆତ୍ମହତ୍ୟା ପଛର ବଡ଼ କାରଣ ମାନସିକ ଚାପ ବୋଲି କହିଛନ୍ତି ବିଶେଷଜ୍ଞ । ମନସ୍ତତ୍ୱବିତଙ୍କ ଅନୁସାରେ, କୋଟାର କୋଚିଂ ସେଣ୍ଟରରେ ନାମଲେଖା ଲାଗି ସର୍ବନିମ୍ନ ବୟସ ସୀମା ଧାର୍ଯ୍ୟ ହେବା ଆବଶ୍ୟକ । ପ୍ରତିବର୍ଷ କୋଟାକୁ କୋଚିଂ ଲାଗି ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆସିଥାନ୍ତି । 

  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.