ପ୍ରମୂଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ,ଏକକାଳୀନ ୧୦ ମେଗା ଉତ୍ସବ

Published By : Anindita | January 3, 2025 9:26 AM

ଭୁବନେଶ୍ବର,୦୩/୦୧: ରାଜାରାଣୀରୁ ମୁକ୍ତେଶ୍ୱର । ନନ୍ଦନକାନନରୁ ଧଉଳି । ଖଣ୍ଡଗିରିରୁ କୋଣାର୍କ । ପୁରୀରୁ କଟକ । ପୁଣି ସ୍ୱର୍ଣ୍ଣ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି । ଯୁଆଡ଼େ ବୁଲିବେ ଖାଲି ଝୁମିବେ, ସ୍ଥାନୀୟ ସଂସ୍କୃତି ଓ ଖାଣ୍ଟି ଓଡ଼ିଆ ଖାଦ୍ୟପାନୀୟର ମଜା ନେବା ସହ ବିଭିନ୍ନ ମେଳାରେ ପ୍ରସିଦ୍ଧ ଓଡ଼ିଶା ହସ୍ତକଳାର କିଣାକିଣି କରିବେ । ସେଥିଲାଗି ପୂରା ପ୍ରସ୍ତୁତ ଓଡ଼ିଶା । ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ସହ ଓଡ଼ିଶା ଦେବ ଶ୍ରେଷ୍ଠ ଅତିଥି ପରାୟଣତାର ବାର୍ତ୍ତା । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ, ଯାହା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ମହାଆଡମ୍ବରପୂର୍ଣ୍ଣ ଭାବେ ପାଳି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । 

ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ପ୍ରଚାର, ପ୍ରସାର ବିଶ୍ୱବ୍ୟାପୀ କରିବା ଲାଗି ଏକକାଳୀନ ୧୦ ମେଗା ଉତ୍ସବ ଆୟୋଜନ କରାଯାଉଛି । ଏହାକୁ ସଫଳ କରିବା ଲାଗି ଓଡ଼ିଶା ସରକାର ଦୈନିକ ଘନ ଘନ ବୈଠକ କରି ସମୀକ୍ଷା କରୁଛନ୍ତି । କାରଣ ଏଥିରେ ବିଦେଶୀ ଅତିଥିଙ୍କ ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ଏହି ସମୟରେ ଅତିଥି ଓ ପ୍ରବାସୀଙ୍କ ମନ ଜିଣିବାକୁ ପୂର୍ବରୁ ନିୟମିତ ହୋଇଆସୁଥିବା ବିଭିନ୍ନ ସାଂସ୍କୃତିକ ଉତ୍ସବ, ମହୋତ୍ସବର ଧାର୍ଯ୍ୟ ତାରିଖରେ ପରିବର୍ତ୍ତନ କରାଯାଇ ଚଳିତବର୍ଷ ବଡ଼ ଆକାରରେ ଏକାଠି କରାଯିବ । ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ହେଉଥିବା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏଥର ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ହେବ । ସେହି ସମୟ ମଧ୍ୟରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ରାଜାରାଣୀ ସଙ୍ଗୀତ ଉତ୍ସବ ଏବଂ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବ । ପ୍ରତିବର୍ଷ ୩ଦିନ ଧରି ରାଜାରାଣୀ ଉତ୍ସବ ଜାନୁଆରୀ ୧୪ରୁ ୧୬ ଏବଂ ମୁକ୍ତେଶ୍ୱର ଉତ୍ସବ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ହେଉଥିଲା ।

ଏଥର ୫ଦିନ ବ୍ୟାପୀ ହେଉଛି ପୁଣି ଆଗୁଆ ଏବଂ ସମାନ ସମୟରେ । ସେହିପରି ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ୫ରୁ ୧୫ ତାରିଖ ଯାଏ ଆଦିବାସୀ ମେଳା ଏବଂ ନୃତ୍ୟ ଓ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ଏହା ପ୍ରତିବର୍ଷ ଜାନୁଆରୀ ୨୬ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇ ୧୫ଦିନ ଧରି ଚାଲିଥାଏ । ଏଥର ଆଗୁଆ ହୋଇଛି । ଏହାସହ ୬ରୁ ୧୨ ତାରିଖ ଯାଏ ମଙ୍ଗଳାଯୋଡ଼ି, ନଳବଣରେ ଚିଲିକା ବାର୍ଡ ଫେଷ୍ଟିଭାଲ୍‌, ୭ରୁ ୧୧ଯାଏ ରାଜଧାନୀରେ ପୁଷ୍ପ ପ୍ରଦର୍ଶନୀ, ୮ରୁ ୧୦ ତାରିଖ ଯାଏ ଫୁଡ୍‌ ଫେଷ୍ଟ୍‌ ଓ ନାଇଟ୍‌ ଫ୍ଲି ମାର୍କେଟ୍‌ ଚାଲିବ । ଏଥିସହ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତି ଶୁକ୍ରବାର, ଶନିବାର ଓ ରବିବାର ପ୍ରାତଃ ଭ୍ରମଣ ବା ଓଡ଼ିଶା ୱାକ୍‌ ଆରମ୍ଭ ହୋଇଛି । ଏହାଦ୍ୱାରା ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକ ବୁଲି ବିଭିନ୍ନ ମନ୍ଦିର ଓ ଐତିହ୍ୟ କୀର୍ତ୍ତିରାଜି ସମ୍ପର୍କରେ ଜାଣିପାରିବେ । 

ସେହିପରି ରାଜ୍ୟର ବିଭିନ୍ନ ସହରରେ ୨୮ଟି ପର୍ଯ୍ୟଟନସ୍ଥଳୀକୁ ଅତିଥିଙ୍କୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ଏସବୁ ସ୍ଥାନରେ ୧୦୦ ପ୍ରଶିକ୍ଷିତ ଗାଇଡ୍‌ ରହିବେ । ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜିମ୍‌ ଆଣ୍ଡ୍‌ ଟ୍ରାଭେଲ୍‌ ମ୍ୟାନେଜ୍‌ମେଣ୍ଟ (ଆଇଆଇଟିଟିଏମ୍‌) ସହଯୋଗରେ ଏହି ଗାଇଡ୍‌ମାନଙ୍କୁ ତାଲିମ୍‌ ଦେବା ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ବ୍ୟବସ୍ଥା କରିଛି । ଏବେ ସେମାନଙ୍କ ପ୍ରଶିକ୍ଷଣ ଚାଲିଛି । ଏଥିସହ ୨୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରାଯିବ । ଏମାନେ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ରହି ପର୍ଯ୍ୟଟକଙ୍କୁ ସାଂସ୍କୃତିକ ଓ ଐତିହାସିକ ତଥ୍ୟ ପ୍ରଦାନ କରିବେ । ଏହି ସମ୍ମିଳନୀକୁ ୭ ହଜାରରୁ ଅଧିକ ପ୍ରତିନିଧି ଆସିବେ । ସେଥିଲାଗି ଭୁବନେଶ୍ୱର, ପୁରୀ, କଟକ, କୋଣାର୍କ ଓ ଯାଜପୁରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବେ ଆକର୍ଷଣୀୟ ବେଶରେ ସଜେଇ ହୋଇଛି । ବଡ଼ କଥା ହେଲା³ ଆସନ୍ତାକାଲିଠୁ ୧୧ଦିନ ବ୍ୟାପୀ ୭୭ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେଉଛି । ତା’ର ମଜା ବି ପର୍ଯ୍ୟଟକ ଓ ଅତିଥିମାନେ ନେଇପାରିବେ । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.