ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

୧୭ ମାଛକୁ ୭୦ ଲକ୍ଷରେ ବିକ୍ରି କଲେ ମତ୍ସ୍ୟଜୀବୀ, କିଣିଲା କୋଲକାତାର ଜିକେଡି କମ୍ପାନି

ଚନ୍ଦନେଶ୍ୱର,୦୧/୦୯: ମତ୍ସ୍ୟଜୀବୀଙ୍କୁ ଗୋଟିଏ ଦିନରେ ଲକ୍ଷପତି କରିଛି ତେଲିଆ ଭେକଟି ମାଛ। ପୂର୍ବ ଭାରତର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ପଶ୍ଚିମବଙ୍ଗର ଦୀଘା ମୁହାଣ ଠାରେ ଏହି ୧୭ଟି ତେଲିଆ ମାଛକୁ ୭୦ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । କଲିକତାର ଜିକେଡି ନାମକ ଏକ ଔଷଧ କମ୍ପାନି ଏହି ବିରଳ ମାଛକୁ କିଣିଥିବା  ଜଣା ପଡିଛି । 

ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧୭ଟି  ତେଲିଆ ଭେକଟି ମାଛର ବିକ୍ରିକୁ ନେଇ ସବୁଠି ଚର୍ଚ୍ଚା ।  ମାଛଗୁଡିକର ଓଜନ ୨୫ରୁ ୩୦ କିଗ୍ରା ମଧ୍ୟରେ ହେବ ।  କିଗ୍ରା ପ୍ରତି ୩୧ରୁ ୩୩ ହଜାର ଟଙ୍କା ମଧ୍ୟରେ ଏହା  ବିକ୍ରି ହୋଇଛି । ପଶ୍ଚିମବଙ୍ଗର ଜନୈକ ମତ୍ସ୍ୟଜୀବୀଙ୍କ  ଟ୍ରଲରରେ ୮ଟି ମାଛ ଧରା ପଡିଥିବା ବେଳେ ଓଡିଶାର  ଧାମରା ଅଞ୍ଚଳର ମତ୍ସ୍ୟଜୀବୀ ୯ଟି ମାଛକୁ ଧରି ଦୀଘା  ବିକ୍ରି ପାଇଁ ନେଇ ଆସିଥିଲେ ।

ସାଧାରଣତଃ ଅଗଭୀର  ସମୁଦ୍ରରେ ଏହି ମାଛସବୁ ଧରା ପଡନ୍ତି । ବିଦେଶରେ  ଏହି ମାଛର ଦାମ ବହୁ ଅଧିକ ଓ ଏହାର ରକ୍ତ ଏବଂ  ବିଭିନ୍ନ ଅଙ୍ଗରୁ ଔଷଧ ତିଆରି ହୁଏ । ମାଈ ଅପେକ୍ଷା  ଅଣ୍ଡିରା ମାଛର ଦାମ ଅଧିକ । ଆକାର ଅନୁଯାୟୀ ୫  ହଜାରରୁ ୩୫ ହଜାର ଟଙ୍କା ମଧ୍ୟରେ ଏହା ବିକ୍ରି ହୁଏ  ବୋଲି ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରର ମୁଖ୍ୟ ନବ  କୁମାର ପରିଡା କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.