ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର; ଚଳିତବର୍ଷ ଭାରତରେ ଖୋଲିବ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ବ୍ରାଞ୍ଚ

Published By : Ankita S | May 28, 2025 8:00 AM

ନୂଆଦିଲ୍ଲୀ,୨୮/୦୫: ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର । ଚଳିତ ଶିକ୍ଷାବର୍ଷରୁ ୧୫ ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ସେମାନଙ୍କର ବ୍ରାଞ୍ଚ ଖୋଲିବେ । ବିଶେଷ କରି ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଓ ଗଣିତ ଷ୍ଟ୍ରିମରେ ବିଶ୍ୱ ବିଦ୍ୟାଳୟ ତାର ଶାଖା ଖୋଲିବ । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଲିବରପୁଲ ବିଶ୍ୱବିଦ୍ୟାଳୟ ସୋମବାର ଔପଚାରିକ ଭାବେ ବେଙ୍ଗାଲୁରୁ ସହ ତାର ବ୍ରାଞ୍ଚ ଖୋଲିବା ନେଇ ଅନୁମତି ଦେଇଛି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ଲିବରପୁଲ ବିଶ୍ୱବିଦ୍ୟାଳୟ ଭାରତରେ ତାର ଉପସ୍ଥିତି ସାର୍ବଜନିକ ଘୋଷଣା କରିବାରେ ଚତୁର୍ଥ ବିଦେଶୀ ବିଶ୍ୱବିଦ୍ୟାଳୟ ହୋଇଛି । ଚଳିତ ଶିକ୍ଷାବର୍ଷ ସୁଦ୍ଧା ୧୫ ବିଶ୍ୱ ବିଦ୍ୟାଳୟ ଭାରତରେ ସେମାନଙ୍କ ବ୍ରାଞ୍ଚ ଖୋଲିବେ । ବିଶେଷ କରି ଏସଟିଇଏମ୍‌ବିରେ ହେବ । ଏହି ବିଶ୍ୱବିଦ୍ୟାଳୟ ୧୮୮୧ରେ ସ୍ଥାପିତ ହୋଇଥିଲା । ଏହା ପ୍ରତିଷ୍ଠିତ ରସେଲ୍‌ ସମୂହର ସଦସ୍ୟ ଅଛନ୍ତି । ସାଉଥମପ୍ଟେନ  ପ୍ରଥମ  ବିଶ୍ୱବିଦ୍ୟାଳୟ ଭାବେ ୨୦୨୩ରେ ୟୁଜିସି ଗ୍ରାଣ୍ଟ ପାଇଥିଲା ।୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖାଯାଇଛି । ୨୦୨୦ ଏନଇପି ଲାଗୁ ହୋଇଛି ।''

୨୦୨୬ ଅଗଷ୍ଟରେ ସ୍ନାତ୍ତକ ଓ ସ୍ନାତ୍ତକତ୍ତୋର ଛାତ୍ରଙ୍କ ପ୍ରଥମ ବ୍ୟାଚକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି । ବିଶ୍ୱବିଦ୍ୟାଳୟ ଆରମ୍ଭରେ ବିଜନେସ୍‌ ମ୍ୟାନେଜମେଣ୍ଟ, ଆକାଉଣ୍ଟିଂ ଓ ଫାଇନାନ୍ସ, କମ୍ପ୍ୟୁଟର ସାଇନ୍ସ ଓ ବାଓମେଡ଼ିକାଲ ସାଇନ୍ସରେ ପାଠ୍ୟକ୍ରମ ଆରମ୍ଭ ହେବ । ବେଙ୍ଗାଲୁରୁ କ୍ୟାମ୍ପସରେ ରିସର୍ଜ ସମେତ ପାଠ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.