ଭୁବନେଶ୍ଵର, ୦୯/୧୨ : କ୍ଵାର୍ଟର୍ସ ଛାଡୁ ନାହାଁନ୍ତି ୧୪ ପୂର୍ବତନ ବିଧାୟକ। ବିଜେପି ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ଏବେବି ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି। ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ୍, ପ୍ରୀତିରଞ୍ଜନ ଘଡେଇ, ସ୍ୱଗତଃ ବେଦପ୍ରକାଶ ଅଗ୍ରଓ୍ୱାଲ, କିଶୋର ତରାଇ, ସୁବାସ ପାଣିଗ୍ରାହୀ ଏବଂ ଅଳକା ମହାନ୍ତି ଏଯାଏଁ କ୍ୱାର୍ଟର୍ସ ଛାଡିନାହାଁନ୍ତି। ଏହାବାଦ୍ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କ୍ୱାର୍ଟର୍ସରେ ରହିବା ପାଇଁ ଆବେଦନ କରିଛନ୍ତି ବୋଲି ନିଜର ଉତ୍ତରରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓମାର ଅବଦୁଲ୍ଲାଙ୍କ ପ୍ରଶଂ...