ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ରାସ୍ତାରେ ଶୋଇଥିବା ବେଳେ ଗାଈ ଗୋଠ ଉପରେ ଚଢିଗଲା ଅଜଣା ଗାଡି, ୧୨ ଗାଈ ମୃତ ୪ ଆହତ

କାମାକ୍ଷାନଗର, ୨୯/୦୮ : ଗାଈ ଗୋଠ ଉପରେ ଚଢିଗଲା ଅଜଣା ଗାଡ଼ି। ୧୨ ଗାଈ ମୃତ ୪ ଆହତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବାରିହାପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। 

ସୂଚନାନୁଯାୟୀ, ବୁଧବାର ବିଳମ୍ଵିତ ରାତିରେ ବାରିହାପୁର ଛକ ରାସ୍ତାରେ ଗାଈ ଗୋଠ ଶୋଇଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କ ଉପରେ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ୧୨ଟି ଗାଈଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଟି ଗାଈ ଗୁରୁତର ହୋଇଛନ୍ତି। ଗାଈ ମାଲିକମାନେ ଗାଈଗୁଡିକୁ ରାତିରେ ବାନ୍ଧୁ ନାହାଁନ୍ତି। ଯାହାଫଳରେ ଗାଈ ଗୁଡିକ ଜାତୀୟ ରାଜପଥ ଉପରେ ରାତି ତମାମ ଶୋଇ ରହୁଛନ୍ତି। ତେଣୁ ଏହିଭଳି ଦୁର୍ଘଟଣାର ଶିକାର ହେଉଛନ୍ତି। 

ପୂର୍ବରୁ ଏହି ଛକରେ ଏଭଳି ଦୁର୍ଘଟଣା ଘଟିଥିଲା। ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ ଛକରେ ଗାଈ ନଛାଡିବା ପାଇଁ ବୋର୍ଡ ଲଗାଇ ଦେଇ କାମ ସାରିଦେଇଛି। ତେଣୁ ତୁରନ୍ତ ପ୍ରଶାସନ ତରଫରୁ ଗାଈ ମାଲିକଙ୍କୁ ସଚେତନ କରାଇବା ସହ ଦଣ୍ଡବିଧାନ କରିବା ପାଇଁ ଦାବି ହେଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.