ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

୨୦୨୪ ନିର୍ବାଚନରେ ଗୁଗଲ୍‌ ବିଜ୍ଞାପନ: ବିଜେପି ଖର୍ଚ୍ଚ କରିଛି ସର୍ବାଧିକ ୩୯ କୋଟି, କଂଗ୍ରେସ ୯ କୋଟି, ବିଜେଡିର ୨.୪ କୋଟି

ନୂଆଦିଲ୍ଲୀ,୧୨/୦୪: କେନ୍ଦ୍ରରେ କ୍ରମାଗତ ଭାବେ ତୃତୀୟଥର ପାଇଁ କ୍ଷମତାକୁ ଆସିବା ଲାଗି ବିଜେପି ସବୁ ବଳ ଖଟାଇଛି । କେବଳ ପ୍ରତ୍ୟକ୍ଷ ସ୍ତରରେ ନୁହେଁ, ଡିଜିଟାଲ କ୍ଷେତ୍ରକୁ ମଧ୍ୟ ବିଜେପି ଗୈରିକମୟ କରିଦେଇଛି । ଗୁଗଲରେ ବିଜ୍ଞାପନ ଦେବାରେ ବିଜେପି ସବୁଠାରୁ ଶୀର୍ଷରେ ରହିଛି । ଦେଶର ସବୁ ରାଜନୈତିକ ଦଳ ଓ ସେମାନଙ୍କର ସହଯୋଗୀ ସଙ୍ଗଠନ ଜାନୁଆରୀ ୧ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଗୁଗଲରେ ବିଜ୍ଞାପନ ବାବଦରେ ମୋଟ ୧୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେଥିରୁ କେବଳ ବିଜେପି ଏକ ତୃତୀୟାଂଶ ଅର୍ଥାତ ୩୯ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେପି ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି ସରକାରୀ ଏଜେନ୍ସି କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) । ଏହି ସମୟ ଭିତରେ ଏହି ସଂସ୍ଥା ଗୁଗଲରେ ମୋଟ ୩୨.୩ କୋଟି ଟଙ୍କାର ରାଜନୈତିକ ବିଜ୍ଞାପନ ଦେଇଛି । ଗୁଗୁଲରେ ବିଜେପି ପକ୍ଷରୁ ୩୯ କୋଟି ଟଙ୍କାର ମୋଟ ୭୮ ହଜାର ବିଜ୍ଞାପନ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା ସମ୍ପର୍କରେ ଅଧିକ ବିଜ୍ଞାପନ ଦିଆଯାଇଛି । ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪୯ ଦିନ ଧରି ଏହି ବିଜ୍ଞାପନ ଗୁଗୁଲରେ ଚାଲିଥିଲା । ସେହିଭଳି ଦ୍ୱିତୀୟ ବଡ଼ ଖର୍ଚ୍ଚ ଥିଲା ମୁଦ୍ରାୠଣକୁ ପ୍ରୋତ୍ସାହନ ଦେବା ଲାଗି ଉଦ୍ଦିଷ୍ଟ ତାମିଲ ଭାଷାର ଭିଡିଓ ବିଜ୍ଞାପନ । ତୃତୀୟ ସ୍ଥାନରେ ରହିଛି ତାମିଲନାଡୁର ଶାସକ ଦଳ ଡିଏମ୍‌କେ । ଡିଏମ୍‌କେ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ପିପୁଲସ ଏମ୍ପାୱାରମେଣ୍ଟ ପ୍ରାଇଭେଟ ଲିମିଟେଡ ୧୦.୨ କୋଟି ଟଙ୍କାର ବିଜ୍ଞାପନ ଦେଇଛି । 

କଂଗ୍ରେସ ଏହି ସମୟ ଭିତରେ ଗୁଗୁଲରେ ୯ କୋଟି ଟଙ୍କାର ବିଜ୍ଞାପନ ଦେଇ ତୃତୀୟ ସ୍ଥାନରେ ରହିଛି । ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ଆନ୍ଧ୍ରପ୍ରଦେଶରେ ଶାସକ ୱାଇଏସ୍‌ଆର କଂଗ୍ରେସ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଇଣ୍ଡିଆନ ପିଏସି କନସଲ୍ଟିଂ ପ୍ରାଇଭେଟ ଲିମିଟେଡ ୭.୨୫ କୋଟି ଟଙ୍କାର ବିଜ୍ଞାପନ ଦେଇଛି । ଜାନୁଆରୀ ୧ ତାରିଖରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଓଡ଼ିଶାର  ଶାସକ ବିଜେଡି ଗୁଗୁଲରେ ୨.୪ କୋଟି ଟଙ୍କାର ୧୪୪ଟି ବିଜ୍ଞାପନ ଦେଇଥିବା ତଥ୍ୟରୁ ଜଣାପଡ଼ିଛି । ବିଜେପି ବିହାର, ଓଡ଼ିଶା ଓ ଉତ୍ତରପ୍ରଦେଶ ପାଇଁ ବିଜ୍ଞାପନରେ ଅଧିକ ଅର୍ଥ ଖର୍ଚ୍ଚ କରିଛି । ନିର୍ବାଚନ ପୂର୍ବରୁ ବିଜେପି ନିଜର ଛବି ଚମକାଇବା ଲାଗି ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ଦେଶର ସବୁଠାରୁ ବଡ଼ ଦଳ ହୋଇଥିବା ଦୃଷ୍ଟିରୁ ଗୁଗୁଲ ବିଜ୍ଞାପନରେ ଅବଶ୍ୟ ଏହା ଶୀର୍ଷରେ ରହିବା ସ୍ୱାଭାବିକ କଥା । କିନ୍ତୁ କିଛି ଲୋକ ଭାବୁଛନ୍ତି ୨୦୨୪ରେ ବିଜେପିର ଏହି ଯୋଜନା ‘ଭାରତ ଉଦୟ’ ଭଳି ହୋଇଯିବନି ତ । 

୨୦୦୪ରେ ବିଜେପି ଭାରତ ଉଦୟ ନାମରେ ରାଜନୈତିକ ବିଜ୍ଞାପନ ଅଭିଯାନ ଚଳାଇଥିଲା । ସେଥିରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରର ଉପଲବ୍ଧି କଥା ଦର୍ଶାଯାଇଥିଲା । କିନ୍ତୁ ଦଳ ନିର୍ବାଚନ ହାରିଯାଇଥିଲା । ଚଳିତଥର ଗୁଗୁଲ ବିଜ୍ଞାପନରେ ବଡ଼ ଖର୍ଚ୍ଚ ଏହି ସଙ୍କେତ ଦେଉଛି କି ବିଜେପି ତୃତୀୟ ଥର କ୍ଷମତାକୁ ଆସିବା ଲାଗି କୌଣସି ମାଧ୍ୟମକୁ ହାତଛଡ଼ା କରିବାକୁ ଚାହୁଁନାହିଁ । କାରଣ ବିଜେପିର ବିଜ୍ଞାପନ ଖର୍ଚ୍ଚ ତଳସ୍ତରରେ ବେଶ୍‌ ମଜଭୁତ ରଣନୀତିରୁ ପ୍ରେରିତ ହୋଇଛି । ପ୍ରକୃତରେ ବିଜେପିର ପ୍ରଚାର ଅଭିଯାନରୁ କିଛି ଲୋକଙ୍କୁ ଲାଗୁଛି ଦଳ ୨୦୨୪ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବ । ନିଜର ହ୍ୟାଟ୍ରିକକୁ ସୁନିଶ୍ଚିତ କରିବା ଲାଗି ବିଜେପି ଯେଉଁ ପ୍ରୟାସ ଆରମ୍ଭ କରିଛି ସେଥିରୁ ସଙ୍କେତ ମିଳୁଛି କି ଦଳ ନିଜର କ୍ୟାଡର ଓ ମତଦାତାଙ୍କୁ ଦେଖାଇବାକୁ ଚାହୁଁଛି ଯାହା କରାଯାଉଛି ତାହା ଯଥେଷ୍ଟ ନୁହେଁ । ନିର୍ବାଚନରେ ଆହୁରି ବଳ ଖଟାଇବାକୁ ଦଳ ନିଜର କ୍ୟାଡରଙ୍କୁ ଏଥିରୁ ସଙ୍କେତ ଦେଉଛି । ସେଥିପାଇଁ ଦଳ ନିଜର ଦଳୀୟ ନେତା ଓ କର୍ମୀଙ୍କ ଲାଗି ‘ଅବକି ବାର-୪୦୦ ପାର’ ଭଳି ଉଚ୍ଚ ଲକ୍ଷ୍ୟ ସ୍ଥିର କରିଛି ।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.