ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇଣ୍ଡୋନେସିଆରେ ଆଗ୍ନେୟ ଉଦ୍‌ଗିରଣ: ୧୧ ପର୍ବତାରୋହୀ ମୃତ, ଆହୁରି ୧୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଜାକର୍ତ୍ତା,୦୫/୧୨: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଥିବା ମାରାପି ପର୍ବତରେ ରବିବାର ଆଗ୍ନେୟଗିରି ଉଦ୍‌ଗିରଣ ହୋଇଛି ।  ଏଥିରେ ଅନ୍ୟୁନ ୧୧ ପର୍ବତାରୋହୀଙ୍କ ମୃତ୍ୟୁ  ଘଟିଛି । ଆହୁରି ୧୨ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ୪୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କରଯାଇପାରିଛି । ୨,୮୯୧ କିଲୋମିଟର ଉଚ୍ଚତାରେ  ଥିବା ଏହି ଆଗ୍ନେୟଗିରିରୁ ପ୍ରାୟ ୩ କିମି ଉଚ୍ଚତା  ପର୍ଯ୍ୟନ୍ତ ନିଆଁ ଓ ପାଉଁଶ ଉଠିଥିଲା । ଏଥିଯୋଗୁ  ଆଖପାଖ ଅଞ୍ଚଳରେ ଥିବା ରାସ୍ତା ଏବଂ ଗାଡ଼ି  ପାଉଁଶରେ ପୋତି ହୋଇଯାଇଥିଲା । ସୋମବାର  ମଧ୍ୟ ସେଠାରେ ଛୋଟ ବିସ୍ଫୋରଣ ହୋଇଥିଲା ।  ଫଳରେ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।  ମାରାପି ଅର୍ଥ ନିଆଁର ପାହାଡ଼ । ସୁମାତ୍ରା  ଦ୍ୱୀପରେ ଏହା ସବୁଠୁ ସକ୍ରିୟ ଆଗ୍ନେୟଗିରି ।  

ହମାସର ବଙ୍କର ଓ ସୁଡଙ୍ଗ ଭିତରେ ପମ୍ପ ଲଗାଇ ପାଣି ଭର୍ତ୍ତି କଲା ଇସ୍ରାଏଲ

ରିପୋର୍ଟ ଅନୁସାରେ, ଏହି ପର୍ବତ  ଅରୋହଣର ଦୁଇ ରାସ୍ତା ଆଗ୍ନେୟଗିରି ବିସ୍ଫୋରଣ  ହୋଇଥିବା ସ୍ଥାନର ନିକଟବର୍ତ୍ତୀ । ଏବେ ସେହି  ରାସ୍ତାକୁ ବନ୍ଦ କରିଦିଆଯାଇଛି । ଏଥିସହ  ଜ୍ୱାଳାମୁଖୀ ବିସ୍ଫୋରଣ ସ୍ଥାନରୁ ୩ କିମି ପରିଧିରେ  ଥିବା ଗ୍ରାମକୁ ମଧ୍ୟ ଖାଲି କରାଯାଇଛି । ପଡାଙ୍ଗ୍‌  ସର୍ଚ୍ଚ ଆଣ୍ଡ୍‌ ରେସ୍କ୍ୟୁ ଏଜେନ୍ସି ମୁଖ୍ୟ ଅବଦୁଲ  ମଲିକଙ୍କ ସୂଚନା ଅନୁଯାୟୀ, ଶନିବାରଠାରୁ ପର୍ବତ  ଉପରେ ୭୦ରୁ ଊଦ୍ଧ୍ୱର୍ ପର୍ବତାରୋହୀ ଥିଲେ ।  

ମାତ୍ର ୧୫ ସେକେଣ୍ଡରେ ଆଇନ୍ ଲେଖିଲା ChatGPT, ସରକାର କଲେ ପାରିତ

ସେମାନଙ୍କ ମଧ୍ୟରୁ ୧୨ ଜଣ ନିଖୋଜ ଅଛନ୍ତି ।  ୪୯ ଜଣଙ୍କୁ ଉଦ୍ଧାର କରଯାଇଛି । କେତେଜଣଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପର୍ବତାରୋହୀଙ୍କୁ  ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ରାତିରେ ମଧ୍ୟ  ଉଦ୍ୟମ ଜାରି ରଖିଛନ୍ତି । ପ୍ରକାଶଥାଉ ଯେ, ଏହି  ଦକ୍ଷିଣପୂର୍ବ ଏସୀୟ ଦେଶରେ ପ୍ରାୟ ୧୩୦ ସକ୍ରିୟ  ଆଗ୍ନେୟଗିରି ରହିଛି । ଇଣ୍ଡୋନେସିଆର ଦ୍ୱୀପପୁଞ୍ଜ  ପାସିଫିକ୍‌ ରିଙ୍ଗ୍‌ ଅଫ୍‌ ଫାୟାରରେ ରହିଛି,  ଯେଉଁଠି ମହାଦ୍ୱୀପୀୟ ପ୍ଲେଟ୍‌ର ମିଳନ ଯୋଗୁ  ଆଗ୍ନେୟ ଉଦ୍‌ଗିରଣ ଏବଂ ଭୂମିକମ୍ପ ହୋଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.