ପ୍ରମୂଖ ଖବର
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବାଲୁଖଣ୍ଡ ଅଭୟାରଣ୍ୟର ଶୋଭା ବଢାଇବ ୧୦ କୃଷସାର ମୃଗ

 କୋଣାର୍କ,‌୧୯।୬(ଆପ୍ର) : ବାଲୁଖଣ୍ଡ ଅଭୟାରଣ୍ୟରୁ ବିଲୁପ୍ତ ହୋଇଥିବା କୃଷ୍ଣସାର ମୃଗକୁ ପୁଣି ଥରେ ଦେଖିବାକୁ ମିଳିବ। ନନ୍ଦନକାନନରୁ ମଙ୍ଗଳବାର ରାତିରେ କୋଣାର୍କରେ ପହଞ୍ଚିଛନ୍ତି ୧୦ ବିରଳ କୃଷ୍ଣସାର ମୃଗ। ଏମାନଙ୍କ ମଧ୍ୟରେ ୬ଟି ମାଈ ଓ ୪ଟି ଅଣ୍ଡିରା ଅଛନ୍ତି । ଏବେ କ୍ବାରେଣ୍ଟାଇନରେ ରଖାଯାଇ ଯତ୍ନ ନିଆଯାଉଛି । ବନ କର୍ମଚାରୀମାନେ ଏମାନଙ୍କ ସୁରକ୍ଷା  ଦାୟିତ୍ବରେ ଅଛନ୍ତି। ସ୍ବତନ୍ତ୍ର ଘାସ ଓ ଖାଦ୍ୟ ଦିଆଯାଉଛି। କିଛି ଦିନ ପରେ ଏନକ୍ଲୋଜରରେ ରଖାଯିବ। ୧୫ ଦିନ ପରେ ବାଲୁଖଣ୍ଡରେ ଛାଡି ଦିଆଯିବ। କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟର ବିଲୁପ୍ତ ହୋଇଥିବା ଏହି ପ୍ରଜାତିର କୃଷ୍ଣସାର ପୁଣି ଥରେ ବିଚରଣ କରିବେ। 

ଏ ସମ୍ପର୍କରେ କୋଣାର୍କ ବନ୍ୟପ୍ରାଣୀ  ବନ୍ୟାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି ୩୦ ହେକ୍ଟର ଜମିରେ ବାଡ଼ କରାଯାଇ ୧୦ କୃଷ୍ଣସାର ମୃଗ ସ୍ବତନ୍ତ୍ର ଭାବେ ନଜରରେ ରହିଛନ୍ତି। ନିର୍ଧାରିତ ସମୟ ମଧ୍ୟରେ ଏମାନଙ୍କୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡି ଦିଆଯିବ। ଅଭୟାରଣ୍ୟରେ ବନ୍ୟପ୍ରାଣୀ ଖାଦ୍ୟାଭାବ ଓ ଜଳ ସଙ୍କଟ ଯୋଗୁଁ ଜନବସତି ମୁହାଁ ହେଉଥିବାବେଳେ ଅନେକ ସମୟରେ ସେମାନଙ୍କର ମୃତ୍ୟୁ ହେଉଛି। ବୁଲା କୁକୁର ଓ ଶିକାରୀଙ୍କ ଶିକାର ପାଲଟୁଛନ୍ତି  ହରିଣମାନେ। କେତେକ ରାସ୍ତା ଅତିକ୍ରମ ସମୟରେ ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରୁଛନ୍ତି। 

୧୯୮୭ ମସିହାରେ ବାଲୁଖଣ୍ଡ କୋଣାର୍କ ଅଭୟାରଣ୍ୟ ଘୋଷଣା ହୋଇଥିଲା। ଏହି ଅଭୟାରଣ୍ୟରେ ଚିତ୍ରିତା ହରିଣ, କଳାବାଉଟିଆ, ଗଧିଆ, ବିଲୁଆ, ଠେକୁଆ, ହେଟାବାଘ ଆଦି ବିଭିନ୍ନ ପ୍ରକାର ସରୀସୃପ ତଥା ବିରଳ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳିଥାଏ ।  ଅଭୟାରଣ୍ୟରେ କୃଷ୍ଣସାର ଓ ହରିଣମାନଙ୍କ ପାଇଁ ଘାସ ଚାଷ କରି ବଡ଼ବଡ଼ ପୋଖରୀ ଖୋଳାଗଲେ ସେମାନେ ପ୍ରଚୁର ଖାଦ୍ୟ ଓ ପାନୀୟ ପାଇଁ ପାରନ୍ତେ। ଏଭଳି ପରିସ୍ଥିତିରେ ହରିଣଙ୍କ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.