ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆସନ୍ତା ୧୩ରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୧୨ରୁ ଛେଚିବ ବର୍ଷା: ବର୍ଷା ସତ୍ତ୍ୱେ ନିଅଣ୍ଟିଆ ଭରଣା ହେଲାନି

ଭୁବନେଶ୍ୱର,୧୦/୦୯: ଆସନ୍ତା ୧୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୩ରେ ଏହା ଲଘୁଚାପରେ ପରିଣତ ହେବ । ୧୩ ରୁ ୧୫ ଯାଏ ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ଆକଳନ କରିଛି । 

ସେପ୍ଟେମ୍ବର ୧୧ ତାରିଖ ଯାଏ ଓଡ଼ିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ପରେ ବର୍ଷା ବଢ଼ିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି । ୧୬ରୁ ବର୍ଷା ପରିମାଣ କମିବ । ପଶ୍ଚିମ ଓଡ଼ିଶାର ଗୋଟିଏ ବା ୨ଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୨ରୁ ୧୫ ଯାଏ ବର୍ଷା ବଢ଼ିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ଶନିବାର ରାଜ୍ୟର କାଁ ଭାଁ ସ୍ଥାନରେ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ୧୧.୨, ଜଗତସିଂହପୁରରେ ୨.୪ ଓ ଭଦ୍ରକରେ ୨.୪ମିମି ବର୍ଷା ହୋଇଛି । ଲଘୁଚାପ ବର୍ଷା ସତ୍ତେ୍ୱ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି । 

ଜୁନ୍‌ ୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଭିତରେ ରାଜ୍ୟରେ ମୋଟ ୮୮୮ମିମି ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ବର୍ଷାର ପରିମାଣ ୧୦୦୧ମିମି ଥିଲା । ତେବେ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି । କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ନିଅଣ୍ଟିଆ ରହିଛି । 

ଲଘୁଚାପ ବର୍ଷା ସତ୍ତେ୍ୱ ଗତ ୧ରୁ ୯ ତାରିଖ ଭିତରେ ୬ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ସମ୍ବଲପୁରରେ  ସ୍ୱାଭାବିକ ବର୍ଷା ପରିମାଣ ୧୦୫.୯ମିମି ଥିବାବେଳେ ୭୭.୪ମିମି ବର୍ଷା ହୋଇଛି । ଦେବଗଡ଼ରେ ସ୍ୱାଭାବିକ ବର୍ଷା ପରିମାଣ ୧୦୨.୯ମିମି ବର୍ଷା ଥିଲା । କିନ୍ତୁ ୭୦ମିମି ବର୍ଷା ହୋଇଛି । ସୋନପୁରରେ ୯୪.୬ ବର୍ଷା ବଦଳରେ ୪୨.୪ମିମି । ବଲାଙ୍ଗୀରରେ  ୮୨.୬ ମିମି ବଦଳରେ ୪୫.୬ମିମି ବର୍ଷା ହୋଇଛି । ବୌଦ୍ଧରେ ୮୩.୧ ବଦଳରେ ୫୪.୯ମିମି ବର୍ଷା ହୋଇଛି । କଳାହାଣ୍ଡିରେ ସ୍ୱାଭାବିକ ବର୍ଷା ୯୧.୪ମିମି ଥିବାବେଳେ ୬୫.୯ମିମି ବର୍ଷା ହୋଇଛି । ଢେଙ୍କାନାଳ, କଟକ, ବାଲେଶ୍ୱର ଓ କୋରାପୁଟରେ ସ୍ୱାଭାବିକ ବର୍ଷା ତୁଳନାରେ ଅତ୍ୟଧିକ ବର୍ଷା(୬୦%ରୁ ଅଧିକ) ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.