ପୁରୀ ୨୬/୦୮: ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା। ୧୦ ସଦସ୍ୟଙ୍କୁ କମିଟିରେ ସ୍ଥାନ ମିଳିଛି। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରିଚାଳନା କମିଟିରେ ଡକ୍ଟର ସିଦ୍ଧେଶ୍ବର ମହାପାତ୍ର, ସେବକ କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂହାରୀ, ଜଗନ୍ନାଥ ପୂଜା ପଣ୍ଡା, ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ,ଶ୍ରୀ ରଘୁବର ଦାସ ମହାରଜ,ପୂର୍ବତନ ସିଏଜି ଡକ୍ଟର ଗିରୀଶ ଚନ୍ଦ୍ର ମୁର୍ମୁ, ଏ.କେ ସାବତ, ମହେଶ କୁମାର ସାହୁଙ୍କ ନାଁ ଘୋଷଣା କରିଛନ୍ତି ସରକାର।
ପୂର୍ବରୁ ଆଇନ୍ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନଙ୍କ ଦେଇଥିବା ସୂଚନା ଅନୁଯାଇ, ଖୁବ୍ଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଯେଉଁଥିରେ ଶ୍ରୀମନ୍ଦିର ପରିଚାଳନା ନେଇ ଆଲୋଚନା ହେବ। ଏଥିସହିତ ଧାଡ଼ି ଦର୍ଶନ ଆରମ୍ଭ କରିବାକୁ ନେଇ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିରରେ ଥିବା ହୁଣ୍ଡି ସ୍ଥାନାନ୍ତର ନେଇ ବୈଠକରେ ସମୀକ୍ଷା କରାଯିବ।