ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ୟୁକ୍ରେନ୍‌ର ୧୪୩ ଠିକଣାରେ ଋଷର ବୋମା ବର୍ଷା, ଡୋନେଟ୍‌ସ୍କର ୨ ଗାଁକୁ କଲା କବଜା

Published By : Ankita S | August 24, 2025 8:42 AM

ନୂଆଦିଲ୍ଲୀ,୨୪/୦୮: ଦୀର୍ଘ ଦିନ ଧରି ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଛି । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ବୈଠକ କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ଯୁଦ୍ଧ ବନ୍ଦ ହେବା ନେଇ ଆଶା ସଞ୍ଚାର ହେଉଥିଲା । ହେଲେ ଗତ ୨୪ ଘଣ୍ଟାରେ ୟୁକ୍ରେନ୍‌ ଉପରେ ଋଷର ଆକ୍ରମଣରୁ ସେ ଆଶା ଏକ ପ୍ରକାର ମଉଳି ଯାଇଛି । ୟୁକ୍ରେନ୍‌ର୧୪୩ ଠିକଣା ଉପରେ ବୋମା ବର୍ଷା କରିଛି ଋଷ । ଡୋନେଟ୍‌ସ୍କର ୨ଟି ଗାଁକୁ କବଜା କରିଛି ଋଷ ସେନା ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇଦିନ ତଳେ ଚେତେବାନୀ ଦେଇଥିଲେ ଯଦି ଦୁଇ ସପ୍ତାହରେ ୟୁକ୍ରେନ୍ ସହ ଯୁଦ୍ଧ ସମାପ୍ତ କରିବା ଦିଗରେ କୌଣସି ପ୍ରଗତି ନକରେ ତେବେ ସେ ଋଷ ଉପରେ ପ୍ରତିବନ୍ଧ ଲଗାଇବେ । ହେଲେ ଋଷକୁ କିଛି ଫରକ ପଡିନାହିଁ । ଟ୍ରମ୍ପଙ୍କ ଚେତାବନୀକୁ ଅଣଦେଖା କରି ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ଶନିବାର ଋଷ ଦାବି କରିଛି କି, ତାର ସେନା ଗତ ୨୪ ଘଣ୍ଟାରେ ୟୁକ୍ରେନର ଡୋନେଟ୍‌ସ୍କର କ୍ଷେତ୍ରର ଦୁଇଟି ଗାଁକୁ ତାର ନିୟନ୍ତ୍ରଣକୁ ନେଇଛି । ଋଷ ରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ଦକ୍ଷିଣ ଏବଂ ପଶ୍ଚିମ ସୈନ୍ୟ ସମୂହ ଦ୍ୱାରା ହୋଇଥିବା ଅଭିଯାନରେ ସେରଦନେ ଏବଂ କ୍ଲେବନ ବାଇକ ଗାଁ ଋଷ କବଜାକୁ ଆସିଛି ।

ମନ୍ତ୍ରଣାଳୟ ଏହା ମଧ୍ୟ ଦାବି କରିଛି ଯେ, ଋଷୀୟ ସୈନ୍ୟମାନେ ୟୁକ୍ରେନୀୟ ସାମରିକ-ଶିଳ୍ପ କମ୍ପ୍ଲେକ୍ସ ଏବଂ ୟୁକ୍ରେନୀୟ ସଶସ୍ତ୍ର ଗଠନ ଏବଂ ଅସ୍ଥାୟୀ ନିୟୋଜନ ପଏଣ୍ଟରେ ୧୪୩ଟି ସ୍ଥାନରେ ଆକ୍ରମଣ କରିଛନ୍ତି । ଗତ ସପ୍ତାହରେ ୟୁକ୍ରେନ୍ ୪ଟି ବୋମା ଏବଂ ୧୬୦ ଡ୍ରୋନକୁ ଖସାଇ ଥିଲା ଋଷ । ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟରେ ଏହା ଘଟିଛି । ଏହା ପୂର୍ବରୁ, ୟୁକ୍ରେନ୍ ରାଷ୍ଟ୍ରପତି  ଜେନେଲସ୍କି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମାଫୋସାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ କହିଥିଲେ ଯେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.