ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ; ଜଣେ ଆତଙ୍କୀ ସଫା

Published By : Ankita S | March 17, 2025 11:33 AM

ଶ୍ରୀନଗର,୧୭/୦୩: ଜାମ୍ମୁ କାଶ୍ମୀର ହନ୍ଦୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଣେ ଆତଙ୍କୀଙ୍କୁ ସଫା କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବଳ । ଗୁଳି ବିିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ନିହତ ଆତଙ୍କୀଠୁ ଗୋଟିଏ ଏକେ-୪୭ ଓ ଗୁଳି ଜବତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଆତଙ୍ଗୀ ଲୁଚି ଥିବା ନେଇ ଗୁଇନ୍ଦା ସୁତ୍ରରୁ ଖବର ପାଇଥିଲେ ସୁରକ୍ଷାବଳ । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ହନ୍ଦୱାଡା କ୍ରୁମହୁରା ଜଚଲଦାର ଅଞ୍ଚଳରେ ଆତଙ୍କୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ ପକ୍ଷରୁ ଖବର ମିଳିଥିଲା । ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ । ଦୀର୍ଘ ସମୟ ଧରି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥଲା । ଏଥିରେ ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବଳ । ନିହତ ଆତଙ୍କୀ ପାଖରୁ ଏକେ-୪୭, ଗୋଳା ବାରୁଦ ଜବତ ହୋଇଛି । ଅନ୍ୟ ଆତଙ୍କୀଙ୍କ ସନ୍ଧାନ ଜାରି ରହିଛି । ହନ୍ଦୱାଡାର କ୍ରୁମହୁରା ଜଚଲଦାର ଅଞ୍ଚଳରେ ଏନକାଉଣ୍ଟର ହୋଇଥିବା ନେଇ ଏକ୍ସରେ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି । ଏବେ ବି ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

ଜାନୁଆରୀ ୧୯ରେ ହୋଇଥିଲା ଏନକାଉଣ୍ଟର- ଗତ ଜାନୁଆରୀ ୧୯ ତାରିଖରେ ଜମ୍ମୁ କାଶ୍ମୀର ସୋପରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବଳ । ଦୁଇ ଜଣ ଖସି ପଳାଇଥିଲେ । ଇନପୁଟରୁ ଖବର ପାଇ ଅପରେସନ ଆରମ୍ଭ କରିଥିଲା ସେନା । ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାବଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.