ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଭାରତରେ ରେଳ ଭଡ଼ା ପାକ୍‌-ଶ୍ରୀଲଙ୍କା ଠାରୁ ମଧ୍ୟ କମ୍‌ ; ପାଶ୍ଚାତ ଦେଶ ଗୁଡ଼ିକ ତୁଳନାରେ ଏହା କେତେ କମ୍‌ ,କହିଲେ ମନ୍ତ୍ରୀ

Published By : Prameya | March 17, 2025 5:48 PM

ନୂଆଦିଲ୍ଲୀ : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର (୧୭ ମାର୍ଚ୍ଚ) ରାଜ୍ୟସଭାରେ କହିଛନ୍ତି ଯେ , ଭାରତୀୟ ରେଳରେ ଯାତ୍ରୀ ଭଡ଼ା କେବଳ ପଡୋଶୀ ଦେଶ ତୁଳନାରେ ନୁହେଁ , ବରଂ ପାଶ୍ଚାତ ଦେଶ ଗୁଡ଼ିକ ତୁଳନାରେ ମଧ୍ୟ ଖୁବ୍‌ କମ୍‌ ରହିଛି। ରେଳ ମନ୍ତ୍ରଣାଳୟର କାର୍ଯ୍ୟକଳାପ ଉପରେ ରାଜ୍ୟସଭାରେ ହୋଇଥିବା ଆଲୋଚନାର ଜବାବ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ। କହିଛନ୍ତି, ଭାରତରେ ରେଳ ଯାତ୍ରୀ ଭଡ଼ା ପଡୋଶୀ ଦେଶ ଗୁଡ଼ିକ ତୁଳନାରେ ଖୁବ୍‌ କମ୍‌ ରହିଛି। ସେ ଏହି କ୍ରମରେ ପାକିସ୍ତାନ , ବାଂଲାଦେଶ ଓ ଶ୍ରୀଲଙ୍କାର ରେଳ ଭଡ଼ାର ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପାଶ୍ଚାତ ଦେଶ ଗୁଡ଼ିକରେ ରେଳ ଭଡ଼ା ତ ଭାରତ ଅପେକ୍ଷା ୧୦-୧୫ ପ୍ରତିଶତ ଅଧିକ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ,ରେଲୱେ ନିଜ ଯାତ୍ରୀଙ୍କୁ ଅତି କମ୍‌ରେ ଭଡ଼ା ସହ ସୁରକ୍ଷିତ ଓ ଗୁଣବତ୍ତାପୂର୍ଣ୍ଣ ସୁବିଧା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି। ସେ ଆହୁରି କହିଛନ୍ତି , ବୈଦ୍ୟୁତିକୀକରଣରୁ ରେଳକୁ ଖୁବ୍‌ ଫାଇଦା ମିଳିଛି ଏବଂ ଯାତ୍ରୀଙ୍କ ସଂଖ୍ୟା ଓ କାର୍ଗୋର ମାତ୍ରାରେ ବୃଦ୍ଧି ହେବା ପରେ ମଧ୍ୟ ଶକ୍ତି ଖର୍ଚ୍ଚ ସ୍ଥିର ରହିଛି। ସେ କହିଛନ୍ତି , ବିହାରର ମଢୌରା ସ୍ଥିତ କାରଖାନାରେ ନିର୍ମିତ ହେଉଥିବା ଲୋକୋମୋଟିଭ୍‌ର ଖୁବ୍‌ ଶୀଘ୍ର ରପ୍ତାନୀ ଆରମ୍ଭ ହେବାକୁ ଯାଉଛି। 

ବିଜେପି ସାଂସଦମାନେ ରେଲୱେରେ ହୋଇଥିବା କାମର କଲେ ପ୍ରଶଂସା -

ରେଳମନ୍ତ୍ରୀଙ୍କ ଜବାବରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ,ଗତ ୧୦ ବର୍ଷରେ ଦେଶର ରେଳ ନେଟୱର୍କରେ ହୋଇଥିବା ବିକାଶ ଏବଂ ଆଧୁନିକୀକରଣ ତଥା ଯାତ୍ରୀ ସୁବିଧାଗୁଡ଼ିକର ବୃଦ୍ଧିରେ ପ୍ରଶଂସା କରିଛନ୍ତି, ସେଥିରେ ଏହି ଦିଗକୁ ଧ୍ୟାନ ଆକର୍ଷଣ କରାଯାଇଛି ଯେ, ଦେଶର ଅନେକ ରେଲୱେ ଷ୍ଟେସନରେ ଥିବା ସୁବିଧା ଗୁଡ଼ିକ ବିମାନ ବନ୍ଦର ପରି ନିର୍ମିତ ହୋଇଛି। ରେଳ ମନ୍ତ୍ରଣାଳୟ କାର୍ଯ୍ୟକଳାପର ଆଲୋଚନାରେ ଭାଗ ନେଇ ବିଜେପିର ସଞ୍ଜୟ ସେଠ୍‌ କହିଛନ୍ତି ଯେ, ଦେଶରେ ଗୋଟେ ସମୟ ଏମିତି ଥିଲା, ଯେବେ ରେଲୱେକୁ ପଇସା କମାଇବାର ମାଧ୍ୟମ କରାଯାଇ ଥିଲା। ସେ କହିଛନ୍ତି, ରକ୍ଷଣାବେକ୍ଷଣ, ସୁରକ୍ଷା, ଚାକିରିରୁ ନେଇ ଅନେକ କଥାରେ ଦୁର୍ନୀତିର ଶିକାର କରାଯାଇ ଥିଲା।

ସେଠ୍‌ କହିଛନ୍ତି ,୨୦୧୪ରେ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପର ଠାରୁ ରେଲୱେର କାର୍ଯ୍ୟକଳାପରେ ଖୁବ୍ ପରିବର୍ତ୍ତନ ଆସିଛି ଏବଂ ଏହା ଆଜି ବିଶ୍ୱର ୪ର୍ଥ ସବୁଠୁ ବଡ଼ ନେଟୱର୍କ ହୋଇ ପାରିଛି। ସେ କହିଛନ୍ତି , ଆଜି ଦେଶର ଅନେକ ରେଲୱେ ଷ୍ଟେସନ ବିମାନ ବନ୍ଦର ପରି ହୋଇଛି। ସେ କହିଛନ୍ତି, ଏହି ସମୟରେ ୧୩୬ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି ଏବଂ ବୁଲେଟ୍‌ ଟ୍ରେନର ସ୍ୱପ୍ନ ମଧ୍ୟ ଖୁବ୍‌ ଶୀଘ୍ର ସାକାର ହେବାକୁ ଯାଉଛି। ସେ କହିଛନ୍ତି , ହାଇଡ୍ରୋଜେନର ଶକ୍ତିରେ ଟ୍ରେନ୍‌ ଗୁଡ଼ିକୁ ଚଲାଇବାକୁ ନେଇ ପରୀକ୍ଷଣ ଜାରି ରହିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.