ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ବମ୍ବେ ହାଇକୋର୍ଟରୁ ଗୌତମ ଆଦାନୀଙ୍କୁ କ୍ଲିନଚିଟ୍, ୨୦୧୨ ରୁ ଚାଲିଥିଲା ଏହି ମାମଲା

Published By : Prameya | March 17, 2025 4:59 PM

ନୂଆଦିଲ୍ଲୀ,୧୭।୩:  ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଓ ତାଙ୍କ ଭାଇ ରାଜେଶଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଆଶ୍ବସ୍ଥି। ସୋମବାର ହାଇକୋର୍ଟ ନିଜ ରାୟରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ସେୟାରରେ କଥିତ ହେରଫେର ମାମଲାର ରାୟ ଦେଇଛନ୍ତି।  ୩୮୮ କୋଟି ଟଙ୍କାର ମାର୍କେଟ ରେଗୁଲେସନ୍ ଭାଓଲେସନ୍ ମାମଲାରେ ହାଇକୋର୍ଟ ଦେଇଛନ୍ତି କ୍ଲିନ୍ ଚିଟ୍।  ବମ୍ବେ ହାଇକୋର୍ଟଙ୍କ ଏହି ରାୟ ପରେ ଏକ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିବା ଲମ୍ବା ଆଇନଗତ ବିବାଦ ଏବେ ଶେଷ ହୋଇଛି।

ଏହି ମାମଲା ୨୦୧୨ର, ଯେତେବେଳେ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (SFIO) ପକ୍ଷରୁ ଆଦାନୀ ଏଣ୍ଟରପ୍ରାଇଜେସନ୍ ଲିମିଟେଡ୍ ଓ ଏହାର ପ୍ରମୋଟରଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ଓ ଠକେଇ ଅଭିଯୋଗ ଲଗାଇ ଚାର୍ଜସିଟ୍ ଫାଇଲ କରିଥିଲା। ଏହା କଥିତ ଆର୍ଥିକ ଅନିୟମିତା ସହ ଜଡିତ ଥିଲା। ଏହି ଚାର୍ଜସିଟ୍ରେ ଗୌତମ ଆଦାନୀ ଓ ତାଙ୍କ ଭାଇ ରାଜେଶ ଆଦାନୀଙ୍କ ସହ ମୋଟ ୧୨ ଜଣଙ୍କ ନାଁ ରହିଥିଲା। 

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ମୁମ୍ବାଇ ମାଜିଷ୍ଟେ୍ରଟ୍ କୋର୍ଟ ମାମଲାର ତଦନ୍ତ ପରେ ମଇ ୨୦୧୪ ରେ ଗୌତମ ଆଦାନୀଙ୍କୁ ଅଭିଯୋଗମୁକ୍ତ କରିଥିଲେ। ଏହା ସହ ନିଜ ରାୟରେ କହିଥିଲେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନଥିଲା। କିନ୍ତୁ SFIO ଏହି ନିର୍ଦେଶକୁ ଚ୍ୟାଲେଞ୍ଜ ଦେଇ କହିଥିଲା ଯେ, ଆଦାନୀ ଗ୍ରୁପ୍ କିଛି ଫାଇନାନ୍ସିଆଲ ଟ୍ରାଞ୍ଜାକସନ୍ ଜରିଆରେ କଥିତ ଭାବରେ ଖୁବ୍ ଲାଭ କରିଥିଲା। ଏହାପରେ ୨୦୧୯ ନଭେମ୍ବର ମାସରେ ସେସନ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ ଦେଇ ଆବେଦନ ହୋଇଥିଲା।।ସେସନ୍ କୋର୍ଟଙ୍କ ନିର୍ଦେଶ ବିରୋଧରେ ଗୌତମ ଆଦାନୀ ଓ ରାଜେଶ ଆଦାନୀ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ। ସେ ଯୁକ୍ତି ଦେଇଥିଲେ ଯେ, SFIOର ଦାବୀ ସବୁ ଏକପାକ୍ଷିଆ।ଏହି ମାମଲାରେ କୌଣସି ଦମ୍ ନାହିଁ। ଏବେ ଏହି ମାମଲାରେ ସୋମବାର ନ୍ୟାୟମୂର୍ତ୍ତି ଆରଏନ୍ ଲଢାଙ୍କ ଖଣ୍ଡପୀଠ ସମୀକ୍ଷା କରି ତାଙ୍କୁ ବଡ଼ ଧରଣର ଆଶ୍ବସ୍ଥି ଦେଇଛନ୍ତି।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.