ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ୱାକଫ ସଂଶୋଧନ ବିଲ୍ ବିରୋଧରେ ଗର୍ଜିଲେ ଅସଦୁଦ୍ଦିନ, କହିଲେ 'ମନ୍ଦିର ଓ ମସଜିଦ ନାଁରେ ଲଢ଼େଇ ଜାରି ରଖିବା ଏକ ଷଡ଼ଯନ୍ତ୍ର'

Published By : Prameya | March 17, 2025 4:52 PM

ନୂଆଦିଲ୍ଲୀ, ୧୭।୨: ୱାକଫ ସଂଶୋଧନ ବିଲ୍‌ ପ୍ରତିବାଦରେ ଜନ୍ତରମନ୍ତରେ ବିରୋଧ ପ୍ରଦର୍ଶନ କରିଛନ୍ତି ମୁସଲିମ୍ ନେତା । ଗର୍ଜିଲେ ଅସଦୁଦ୍ଦିନ ଓୱେସି । କହିଲେ ୱାକଫ ବିଲ୍‌କୁ ନେଇ ନୂଆ ଆଇନ ଗଢ଼ିବାକୁ ଚେଷ୍ଟା କରୁଛନ୍ତି ସରକାର । ଶାନ୍ତି ନଷ୍ଟ କରିବା, ମନ୍ଦିର ଏବଂ ମସଜିଦ ନାଁରେ ଲଢ଼େଇ ଜାରି ରଖିବା ଏକ ଷଡ଼ଯନ୍ତ୍ର । ମୁସଲମାନମାନଙ୍କ ଧାର୍ମିକ ଏବଂ ରାଜନୈତିକ ପରିଚୟ ଛଡ଼ାଇ ନେବା ମୂଳ ଲକ୍ଷ୍ୟ ବୋଲି ସେ ଅଭିଯୋଗ କରିଛନ୍ତି । 

ଦିଲ୍ଲୀର ଜନ୍ତର ମନ୍ତରରେ ୱାକଫ ସଂଶୋଧନ ବିଲ୍ ବିରୋଧରେ ପ୍ରତିବାଦରେ ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି କହିଛନ୍ତି, "ସରକାର ୱାକଫ ବିଲ୍ ସମ୍ପର୍କରେ ଏକ ଆଇନ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଶାନ୍ତି ନଷ୍ଟ କରିବା ଓ ମନ୍ଦିର ଏବଂ ମସଜିଦ ନାଁରେ ଲଢ଼େଇ ଜାରି ରଖିବା । ଏହାକୁ ଏପରି ଭାବରେ ସମାପ୍ତ କରୁଛନ୍ତି ଯେ, ୱାକଫ ବ୍ୟବହାରକାରୀଙ୍କ ଦ୍ୱାରା ରହିବ ନାହିଁ । ଦିଲ୍ଲୀରେ ଏପରି ୧୨୩ ସମ୍ପତ୍ତି ଅଛି । ଡିଏମ୍ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ଦେବେ । ଯଦି ଏହି ଆଇନ ତିଆରି ହୁଏ, ତେବେ ସଂସଦ ମସଜିଦ ବାହାରେ ଏକ ନୋଟିସ୍ ଲଗାଯିବ ଯେ, ଏହା ୱାକଫ ସମ୍ପତ୍ତି ନୁହେଁ । ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ମୁସଲମାନମାନଙ୍କର ଧାର୍ମିକ ଏବଂ ରାଜନୈତିକ ପରିଚୟ ଛଡ଼ାଇ ନେବା, ସମ୍ପତ୍ତି ଛଡ଼ାଇ ନେବା।" ସେପଟେ ଜନ୍ତରମନ୍ତରରେ ମେରଟର ହିନ୍ଦୁ କାର୍ଯ୍ୟକର୍ତ୍ତା ସଚିନ୍ ସିରୋହୀ କହିଛନ୍ତି, ଦେସ ସମ୍ୱିଧାନ ଅନୁଯାୟୀ ଚାଲିବ । ବିଲ୍‌କୁ ବିରୋଧ କରୁଥିବା ବିରୋଧ ଅଯଥା ଡ୍ରାମା କାହିଁକି କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.