ପ୍ରମୂଖ ଖବର
  • ହାଇପ୍ରୋଫାଇଲ ଠକ ଯୋଡି ହଂସିକା-ଅନିଲଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍
  • ||
  • ଦେବଗଡ଼ : ଶଗଡ଼ ଗାଡ଼ିକୁ ଧକ୍କା ଦେଇ ଅଜଣା ଗାଡ଼ି ଫେରାର, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ବୈପାରୀଗୁଡ଼ା ଥାନା ପରିସରରେ ଅଗ୍ନିକାଣ୍ଡ, ଜଳିଗଲା ୨ ଜବତ ଗାଡି
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଦିଲ୍ଲୀ ବାସଭବନ ୮୪ ବର୍ଷ ବୟସରେ ବିୟୋଗ
  • ||
  • ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାମୁହିଁ; ଜଣ ଆତଙ୍କୀ ସଫା
  • ||
  • ସୁନ୍ଦରଗଡ଼ : ଗୋମାଂସକୁ ନେଇ ମୁଣ୍ଡାଗାଁରେ ଉତ୍ତେଜନା, ଜଣେ ଗିରଫ
  • ||
  • ଶ୍ରୀମନ୍ଦିରର ନୀଳଚକ୍ରରେ ଉଡ଼ୁଥିବା ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଦେଖିବାକୁ ମିଳିଲା ଦୁର୍ଲଭ ଦୃଶ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ, ଧୋଇଗଲା ପ୍ରଶ୍ନକାଳ, ଦିନ ୧୨ଟା ୧୫ ମିନିଟ୍ ଯାଏ ଗୃହ ମୁଲବତୀ
  • ||
  • ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବିରେ ଚିଠି ଲେଖିଲେ ପତ୍ନୀ
  • ||
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

କୋଲକାତା ପୀଡିତାଙ୍କ ବାପା-ମା’ଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ- ଆମେ ଦେଇପାରିବୁନି ଟିପ୍ପଣୀ, ହାଇକୋର୍ଟରେ କରନ୍ତୁ ଅପିଲ୍

Published By : Prameya | March 17, 2025 3:40 PM

ନୂଆଦିଲ୍ଲୀ,୧୭।୩: କୋଲକତା ଆରଜି କର ମାମଲାର ଶୁଣାଣି କରିବେନି ସୁପ୍ରିମକୋର୍ଟ। ପୀଡିତାଙ୍କ ବାପା-ମା’ ନିଜ ଝିଅର ଦୁଷ୍କର୍ମ ଓ ହତ୍ୟା ମାମଲାର ନୂଆ ଭାବରେ ତଦନ୍ତ କରିବାକୁ କୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କଲିକତା ହାଇକୋର୍ଟଙ୍କ ନିକଟରେ ଆବେଦନ କରନ୍ତୁ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି, ଆମେ ଏହି ମାମଲାରେ କୌଣସି ଟିପ୍ପଣୀ ଦେଇ ପାରିବୁନି। ଆବେଦନକାରୀ ହାଇକୋର୍ଟଙ୍କ ଆଗରେ ମାମଲା ଉଠାଇ ପାରିବେ।’ ପୀଡିତାଙ୍କ ବାପ-ମା’ ଏହି ମାମଲାରେ ଅନ୍ୟ ଲୋକଙ୍କ ଭୂମିକା ଜାଣିବା ପାଇଁ ନୂତନ ଭାବରେ ତଦନ୍ତ ଦାବି କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, ପୀଡିତାଙ୍କ ବାପା-ମା’ ଏହି ଆବେଦନ ହାଇକୋର୍ଟରେ ଦାଖଲ କରି ନିଜ କଥା ରଖନ୍ତୁ। ଆମେ ନିଜ ପଟୁ ଏହି ଆବେଦନ ଉପରେ କୌଣସି ରାୟ  ଦେଇପାରିବୁନି। ହାଇକୋର୍ଟର ବିଚାରପତି ନିଜ ବିବେକ ଅନୁସାରେ ଆବେଦନ ଉପରେ ରାୟ ଦିଅନ୍ତୁ। ସୁପ୍ରିମକୋର୍ଟ ଏହା ସହ ଜଡିତ ମୁଖ୍ୟ ମାମଲାର ଶୁଣାଣି ୧୩ ମଇରୁ ଆରମ୍ଭ କରିବାକୁ ଯାଉଛନ୍ତି।

ଉଲ୍ଲେଖନୀୟ ଯେ, ଗତ ବର୍ଷ ଆରଜି କର ହସ୍ପିଟାଲର ସେମିନାର ହଲ୍‌ରେ ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା। କୋଲକାତା ହାଇକୋର୍ଟ ୧୩ ଅଗଷ୍ଟରେ ତଦନ୍ତ ଭାର କୋଲକାତା ପୋଲିସଠାରୁ ନେଇ ସିବିଆଇକୁ ଦେଇଥିଲେ। ୧୪ ଅଗଷ୍ଟରୁ ସିବିଆଇ ନିଜର ତଦନ୍ତ ଆରମ୍ଭ କରିଥିଲା। ସେଭଳି ଏହି ମାମଲାର ଶୁଣାଣି କରି ସିଆଲଦା ସେସନ୍ କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାକୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ ସଜା ଶୁଣାଇଛନ୍ତି କୋର୍ଟ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.