ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅରୁନ୍ଧତୀ ହେଲେ ବିଜେଡି ସାଧାରଣ ସମ୍ପାଦକ, ସମୀର ଦାସ ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ

ଭୁବନେଶ୍ବର, ୬।୫ :  ବିଜେଡି ପକ୍ଷରୁ ଅରୁନ୍ଧତୀ ଦେବୀ   ଓ ନିମାପଡା ବିଧାୟକ ସମୀର ଦାସଙ୍କୁ  ନୂଆ ଦାୟିତ୍ବ ଦିଆଯାଇଛି। ଅରୁନ୍ଧତୀ ଦେବୀଙ୍କୁ ବିଜେଡି ସାଧାରଣ ସମ୍ପାଦକ ଦାୟିତ୍ବ ଦଳର ସୁପ୍ରିମୋ ଦେଇଛନ୍ତି। ସେହିପରି ସମୀର ଦାସଙ୍କୁ ଢେଙ୍କାନାଳ ଲୋକସଭା   ନିର୍ବାଚନମଣ୍ଡଳୀ  ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି।

 ଅରୁନ୍ଧତୀ ବିଜେପି ଛାଡି ବିଜେଡିରେ  ଯୋଗ ଦେଇଥିଲେ। ଏହା ପରେ ତାଙ୍କୁ ଦେବଗଡ ଆସନରୁ  ବିଧାନସଭା ଟିକେଟ ବିଜେଡିରୁ ମିଳିଥିଲା। କିନ୍ତୁ ପରବର୍ତ୍ତି ସମୟରେ  ଦେବଗଡରେ  ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ଅରୁନ୍ଧତୀଙ୍କ  ପରିବର୍ତେ ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଦଳ ପ୍ରାର୍ଥୀ କରିଥିଲା।  ବର୍ତ୍ତମାନ ବିଜେଡି  ପକ୍ଷରୁ  ଅରୁନ୍ଧତୀଙ୍କୁ ଦଳୀୟ ଦାୟିତ୍ବ ଦିଆଯାଇଛି।   ଦଳର ସାଧାରଣ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି।

ସେହିପରି ନିମାପଡା ବିଧାୟକ ସମୀର ଦାସଙ୍କୁ ଚଳିତ ନିର୍ବାଚନରେ ଦଳ  ନିମାପଡାରୁ ପ୍ରାର୍ଥୀ କରି ନ ଥିଲା। ତାଙ୍କ ସ୍ଥାନରେ ବିଜେପି ଛାଡି ବିଜେଡି ଯୋଗ ଦେଇଥିବା ଦିଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ସମୀର ଦାଶଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ବ ଦିଆଯାଇଛି। ଢେଙ୍କାନାଳ ଲୋକସଭା  କ୍ଷେତ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ  କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.