ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ : ଦୁର୍ଘଟଣାଗ୍ରସ୍ତ ଟ୍ରେନ ବଗି କାଟିବାକୁ ଆସି ଶ୍ରମିକ ନିଖୋଜ

ବାହାନଗା, ୫।୧୨ ବାହାନଗା ଷ୍ଟେସନରେ  ଟ୍ରେନ ଦୁର୍ଘଟଣା ପରେ ବଗି ଗୁଡିକ କାଟିବା ପାଇଁ ଆସିଥିବା ଜଣେ ଶ୍ରମିକ ଘଟଣା ସ୍ଥଳରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ଆସିଛି। ନିଖୋଜ ଶ୍ରମିକ ଜଣକ ହେଲେ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ବିଟୋ ଗୁପ୍ତା ।

ଗତ ଅକ୍ଟୋବର ୨୮ତାରିଖରେ ରେଳଡ଼ବା କାଟିବା ପାଇଁ ବିହାର ମୁଙ୍ଗେର ଜିଲ୍ଲା ରତନପୁର ଗାଁର ସଦନନ୍ଦ ଗୁପ୍ତାଙ୍କ ବଡ଼ ପୁଅ ଅଜୟ ଗୁପ୍ତା,ସାନପୁଅ ବିଟୋ ଗୁପ୍ତା ବାହାନଗା ଆସିଥିଲେ।ଦୁଇ ଭାଇ କାମ କରୁଥିବା ଵେଳେ  ହଠାତ ଗତ ୮ ତାରିଖରୁ  ବଡ଼ ଭାଇ ଅଜୟ ସାନ ଭାଇ ବିଟୋକୁ ଆଉ ପାଇ ନଥିଲେ ।  ବିଟୋକୁ ପାଇବା ପାଇଁ ଵଡ଼ଭାଇ ଅଜୟ ଵାହାନଗା ଅଞ୍ଚଳର କ୍ଷୀରୋଦ କୁମାର ମଲ୍ଲିକଙ୍କ ସହାୟତାରେ ଯାଜପୁର,ଭଦ୍ରକ,ରାଣୀତାଲ, ମାର୍କୋଣା, ସୋର, ବାଲେଶ୍ଵର ଷ୍ଟେସନ ସହିତ ଵିଭିନ ସ୍ଥାନ ଖୋଜାଖୋଜି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିପାରି ନାହିଁ ।ଵଡ଼ଭାଇ ଅଜୟ ଏଵିଷୟରେ କମ୍ପାନୀ ଓ ରେଳ ବିଭାଗକୁ ଜଣାଇଥିବାର ପ୍ରକାଶ କରିଛନ୍ତି ।  ଅଜୟ ଘରକୁ ଜଣାଇଥିଲେ ମଧ୍ୟ ସେ ଘରକୁ ଯାଇ ନଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି ।  ନିଖୋଜ ଵିଟୁକୁ ନପାଇ   ଦୁଃଖରେ ଭାଙ୍ଗି ପଡିଛନ୍ତି ଵଡ଼ଭାଇ । ଭଙ୍ଗାରୁଜା ରେଳଵଗି କାଟିବାକୁ ଆସି ଶ୍ରମିକ ନିଖୋଜ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.