ଅନୁଗୁଳ,୧୬/୦୫: ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା। ଶୁକ୍ରବାର ସକାଳେ ଅବକାରୀ ଟିମ୍ ନାଲ୍କୋ ଥାନା ଇଲାକା ବଳରାମପ୍ରସାଦ କେନ୍ଦୁପଲି ସାହିରେ ଚଢ଼ଉ କରି ୨୨ ଗ୍ରାମ ବ୍ରାଉନ୍ସୁଗର ଜବତ କରିଛି। ଏଥିସହିତ ଚୋରା କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ବଳରାମପ୍ରସାଦ କେନ୍ଦୁପଲି ସାହିର ରାକେଶ ବେହେରା ।
ତେବେ ରାକେଶ ଦୀର୍ଘ ଦିନ ହେଲା ଏହି ମାରାତ୍ମକ ନିଶା କାରବାର କରି ଆସୁଥିଲା। ଅବକାରୀ ଟିମ୍ ତା' ଉପରେ ନଜର ରଖିଥିଲା । ଶୁକ୍ରବାର ସକାଳେ ସେ କେନ୍ଦୁପଲି ସ୍କୁଲ ନିକଟରେ ଗ୍ରାହକ ଅପେକ୍ଷାରେ ଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ ତା' ଠାରୁ ୨୨ ଗ୍ରାମ୍ ବ୍ରାଉନ୍ସୁଗର ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।