ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଜମିଜମା ବିବାଦ : ବାପା-ପୁଅକୁ ବିଲ ଭିତରେ ହାଣିଲେ ଭାଇ ଓ ପୁତୁରା

ଉଦଳା,୨୨।୭ : ବିଲରେ ବାପା ପୁଅ କାମ କରୁଥିଲେ, ହେଲେ ସେଠାରେ ପହଁଚିଲେ ସମ୍ପର୍କୀୟ ଭାଇ ଓ ପୁତୁରା। ବିଲରେ ହିଡ଼ ଭାଙ୍ଗିବାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଲା । ଆଉ ବାପା ପୁଅକୁ କଟୁରୀ ଓ କୋଦାଳରେ ବିଲ ଭିତରେ ହାଣିଲେ ସମ୍ପର୍କୀୟ ଭାଇ ଓ ପୁତୁରା। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୁଦଡିହା ଗ୍ରାମରେ। 

ଏହି ଗ୍ରାମର ପରମାନନ୍ଦ ନାୟକ ଏବଂ ତାଙ୍କ ପୁଅ ସତ୍ୟସାଇ ନାୟକ ନିଜ ବିଲରେ କାମ କରୁଥିଲେ।  ଉକ୍ତ ସମୟରେ ସମ୍ପର୍କୀୟ ଭାଇ ଜଗବନ୍ଧୁ ନାୟକ ଏବଂ ତାଙ୍କ ପୁଅ ତପନ ନାୟକ, ଶ୍ରୀନାଥ ନାୟକ ସେଠାରେ ପହଞ୍ଚି ବିଲରେ କାମ କରିବାକୁ ବିରୋଧ କରିଥିଲେ। ଏପରି ବିଲରେ କାମ ବନ୍ଦ ନ କରିଲେ ହାଣିଦେବେ ବୋଲି କହିଥିଲେ। ଯାହାକୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ଏତେ ଉଗ୍ର ରୂପ ନେଲା ଯେ ସମ୍ପର୍କୀୟ ଭାଇ ଏବଂ ପୁତୁରା କଟୁରୀ ଧରି ପରମାନନ୍ଦ ନାୟକ ଏବଂ ତାଙ୍କ ପୁଅ ସତ୍ୟସାଇ ନାୟକକୁ ହାଣିଥିଲେ। ଗୁରୁତର ଅବସ୍ଥାରେ ଉଭୟ ବାପା-ପୁଅଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ଅବସ୍ଥା ଗୁରୁତର ରହିଛି। ଏ ନେଇ କପ୍ତିପଦା ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.