ପ୍ରମୂଖ ଖବର
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଯୁବକଙ୍କ ଉନ୍ମତ୍ତ କାଣ୍ଡ; ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଦୁଇ ଫାଳ

Published By : Bijay Swain | July 5, 2025 8:37 PM

ନବରଙ୍ଗପୁର, ୫/୭(ଆପ୍ର): ନବରଙ୍ଗପୁର ସହରର ଗାନ୍ଧୀନଗର ଛକରେ ଜଣେ ଯୁବକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଏକ ପଥରରେ ପିଟି ପିଟି ଭାଙ୍ଗି ଦେଇଛି। ଏହା ଘଟଣାକୁ ଦୃଢ ନିନ୍ଦା କରି ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସହୀଦସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ମୁନ୍ନା ତ୍ରିପାଠୀ ନବରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। 

ଖବର ମୁତାବକ, ଶନିବାର ଅପରାହ୍ନ ୩ଟାରେ ଭାଜିଶାଳଗୁଡାର ଚନ୍ଦନ ଦାଶ ନାମକ ଯୁବକ ମାହାତ୍ମା ଗାନ୍ଧୀଙ୍କୁ ଗାଳିଗୁଲଜ କରିବା ସହିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛି। ତେଣୁ ସନ୍ଧ୍ୟା ସାଢେ ୬ଟା ସମୟରୁ ଅନ୍ନଜଳ ଛାଡି ମହାତ୍ମା ଗାନ୍ଧୀଙ୍କ ନୂତନ ପ୍ରତିମୂର୍ତ୍ତି ସ୍ଥାପନ ଓ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ମୁନ୍ନା ଓ ତାଙ୍କ ସମର୍ଥକଙ୍କୁ ନେଇ ଅନଶନ ଆରମ୍ଭ କରିଛନ୍ତି। ମୁନ୍ନାଙ୍କ ସମେତ ଅଳଭତ୍ରା କାଉସିଲ୍‌ର ଅମିତ ପ୍ରଧାନ, ବୃନ୍ଦାତ୍ରିପାଠୀ, ଅର୍ଜୁନ ଭତ୍ରା, ପ୍ରଦୀପ ସାହୁ, ସୁମିତ ପୂଜାରୀ, ଅବଦୁଲ୍ଲ ଫିରୋଜ ପ୍ରମୁଖ ଉପସ୍ଥିତ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.