ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

'ପରିଚାଳନାରେ ବ୍ୟାପକ ବିଶୃଙ୍ଖଳା, ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପିଙ୍କୁ ଅଧିକ ଗୁରୁତ୍ବ'

Published By : Anindita Ratha | June 29, 2025 2:09 PM

ନବରଙ୍ଗପୁର,୨୯/୦୬: ପୁରୀ ଶରଧାବାଲି ଅଘଟଣକୁ ନେଇ ଉଠୁଛି ପଡ଼ୁଛି ରାଜ୍ୟ । ଦଳାଚକଟା ଏବେ ଜାତୀୟ ଗଣମାଧ୍ୟମର ଖବର ସିରୋନାମା ପାଲଟିଛି । ଏପଟେ ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗି ପଡ଼ିଛନ୍ତି ବିରୋଧୀ । ପିସିସି ସଭାପତି ଭକ୍ତ ଚରଣ ଦାସ ପୁରୀ ଠେଲାପେଲାରେ ୩ଜଣଙ୍କ ମୃତ୍ୟୁକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ରଥଯାତ୍ରା ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପି କେନ୍ଦ୍ରୀତ ଥିଲା । ଘୋଷଯାତ୍ରା ପରିଚାଳନାରେ ବ୍ୟାପକ ବିଶୃଙ୍ଖଳା ହୋଇଛି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ।

ଜୟପୁରରେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଛନ୍ତି, ପ୍ରତିବର୍ଷ ରଥଯାତ୍ରାରେ ପ୍ରବଳ ଭିଡ଼ ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ ଏଥର ପରିଚାଳନାକୁ ଜୋର୍ ଜବରଦସ୍ତି କରାଯାଇଛି। ଚଳିତ ଥର ଭକ୍ତ ଓ ଭଗବାନଙ୍କ ବଦଳରେ ଭିଆଇପିଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରବିବାର ରଥଯାତ୍ରା ଦେଖିବାକୁ ଆସିଥିବା ୩ ଜଣ ଭକ୍ତ ଜୀବନ ଚାଲିଯାଇଛି। ଦଳାଚକଟାରେ ବର୍ତମାନ ସୁଧା ୬୦୦ ଜଣ ଭକ୍ତ ଆହତ ହୋଇଛନ୍ତି ବୋଲି ପିସିସି ସଭାପତି ଅଭିଯୋଗ କରିଛନ୍ତି । ଏଭଳି ଅବ୍ୟବସ୍ଥା ଯୋଗୁଁ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିଲେ ନାହିଁ। ତେଣୁ ରଥଯାତ୍ରା ପରିଚାଳନା କେଉଁମାନେ ଦାୟିତ୍ଵରେ ଥିଲେ। ଏଭଳି ଅଘଟଣ ପାଇଁ ଯେଉଁମାନେ ଉତ୍ତରଦାୟୀ, ସେମାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଭକ୍ତ ଦାସ। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.