ଝରିଗାଁ,୨୫/୦୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଜୁନାପାଣି ଗାଁ ନିକଟରେ ସଡ଼କ ଦୁର୍ଘଟଣା। ସାଇକେଲ ସହ ଧକ୍କା ହୋଇ ଓଲଟିଲା ଅଟୋ । ଫଳରେ ୪ ଜଣ ଆହତ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ତେବେ ଗୁରୁତର ଦୁଇ ଜଣଙ୍କ ମଧ୍ୟରେ ଜୁନାପାଣି ଗାଁର ସରଦୁଲ ଜାନୀଙ୍କ ଷଷ୍ଠ ଶ୍ରେଣୀ ପଡୁଥିବା ପୁଅ ଗୁରୁପଦ ଜାନୀ ଏବଂ ମହିଳା ଜଣକ ସଣ୍ଡସା ଗାଁର ସେବୀକା ଭତ୍ରା ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଦୁଇଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
ସୂଚନା ଅନୁଯାୟୀ, ଷଣ୍ଡସା ଗ୍ରାମରୁ କାମ କରିବା ପାଇଁ ତେଲନଦୀ ଗାଁକୁ ଏକ ଅଟୋ ଯୋଗେ ୧୬ ଜଣ ଶ୍ରମିକ ଯାଉଥିଲେ । ସେହି ସମୟରେ କର୍ମରି ଏବଂ ଜୁନାପାଣି ମଧ୍ୟରେ ବିପରୀତ ଦିଗରୁ ସାଇକଲରେ ସ୍କୁଲ ଯାଉଥିବା ଦୁଇଜଣ ସ୍କୁଲ ଛାତ୍ରଙ୍କ ସହ ଅଟୋ ଧକ୍କା ହୋଇ ଓଲଟି ପଡିଥିଲା। ଫଳରେ ଛଅ ଜଣ ଆହତ ହୋଇଥିଲେ। ସେପଟେ ଅଟୋରେ ଥିବା ଶ୍ରମିକ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ ୨ଜଣ ଥିବା ଜଣାପଡିଛି।