ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ବିନା ଲାଇସେନ୍ସରେ ବିହନ ବିକ୍ରି ପଡିଲା ମହଙ୍ଗା; ୫ଲକ୍ଷ ଟଙ୍କାର ବିହନ ଓ କୀଟନାଶକ ଜବତ, ଗୋଦାମ ସିଲ କଲା ବିଭାଗ

Published By : Bijay Swain | June 21, 2025 7:52 PM

କୋଷାଗୁମୁଡା,୨୧।୦୬(ଆପ୍ର): ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ପକ୍ଷରୁ ଶନିବାର ବ୍ଲକର କୋଡିଙ୍ଗାଠାରେ ଅଣସ୍ୱୀକୃତି ପ୍ରାପ୍ତ ବିହନ ବିକ୍ରି ଉପରେ ଚଢାଉ କରାଯାଇଛି । ବିନା ଲାଇସେନ୍ସରେ ବିହନ ବିକ୍ରି ଓ କୀଟନାଶକ ବିକ୍ରି ଅଭିଯୋଗରେ ୫ଲକ୍ଷ ଟଙ୍କାର ବିହନ ଓ କୀଟନାଶକ ଜବତ କରିବା ସହ ଗୋଦାମ ସିଲ କରିଛି କୃଷି ବିଭାଗ । କୋଡିଙ୍ଗାଠାରେ ଆଜି ସଞ୍ଜୟ ଅଗ୍ରବାଲ, ଦୟା ମେହେତା ଓ ଧର୍ମରାଜ ଦୋରାଙ୍କ ଦୋକାନରେ ଚଢାଉ କରି ଷ୍ଟକ ସହ ବିହନ ଯାଞ୍ଚ କରି ଷ୍ଟକ ସେଲ ନୋଟିସ ୭ଦିନ ମଧ୍ୟରେ ପଠାଇବାକୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । 

ସୂଚନା ମୁତାବକ, ଶନିବାର ଅପରାହ୍ନ ସମୟରେ କୀର୍ତ୍ତନ ବିଶ୍ଵାଳଙ୍କ ଘରେ ଓ ଗୋଦାମ ଉପରେ ଚଢାଉ କରି ଶଙ୍କର କିସମ ଧାନ ଓ କୀଟନାଶକ ସାମଗ୍ରୀ ଜବତ କରାଯାଇଛି । ବ୍ୟବସାୟୀ ଜଣକ ବେଆଇନ ଭାବେ ବିନା ଲାଇସେନ୍ସରେ ଗୋଦାମ କରି ବିହନ ଓ କୀଟନାଶକ ଆଦି ବିକ୍ରି କରୁଥିଲେ । ଯାହାର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ୯୧ ହଜାର ଟଙ୍କା ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଜବତ ବିହନ ରାଜ୍ୟରେ ବିକ୍ରି କରିବାକୁ ଓଡିଶା ସରକାର ପକ୍ଷରୁ ସ୍ୱୀକୃତି ମିଳିଛି କି ନାହିଁ ସେ ନେଇ ସାମ୍ପଲ ପଠାଯାଇଥିବା ବିଭାଗ ସୂଚନା ପକ୍ଷରୁ ସୂଚନା ମିଳିଅଛି । 

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମ ଚନ୍ଦ୍ର ମୁଦୁଲିଙ୍କର ନେତୃତ୍ଵରେ ଆଜିର ଚଢାଉରେ କୋଡିଙ୍ଗା ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ପ୍ରସାଦ ଭୂୟାଁ, ନବରଙ୍ଗପୁର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ପାପଡାହାଣ୍ଡି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ବିଶ୍ଵଜିତ ସାହୁ, କୋଷାଗୁମୁଡା ବ୍ଲକ କୃଷି ଅଧିକାରୀ ଦୁର୍ଯଧନ ଜାନି, ଅତିରିକ୍ତ ବ୍ଲକ କୃଷି ଅଧିକାରୀ ଲୋପାମୁଦ୍ରା ସାହୁ, କୋଡିଙ୍ଗା ଓଏଚଜି କାଳୁ ଚରଣ ସାହୁ ପ୍ରମୁଖ ସାମିଲ ରହିଥିଲେ । 

ଚଳିତ ବର୍ଷ ବ୍ଲକରେ ସରକାରଙ୍କ ଦ୍ଵାରା ଲାଇସେନ୍ସ ପ୍ରାପ୍ତ ୪୪ଟି ବିହନ ବିକ୍ରେତା ଓ ୪୪ଟି ଫେର୍ଟିଲାଇଜର ବିକ୍ରେତା ବିହନ ବିକ୍ରୟ ଦୋକାନ ଖୋଲିଥିବା ସରକାରୀ ରିପୋର୍ଟରେ ସୂଚନା ମିଳିଥିବା ବେଳେ ବିନା ଲାଇସେନ୍ସରେ ଗାଁ ଗାଁ ରେ ଛତୁ ଫୁଟିଲା ପରି ବିହନ ବିକ୍ରୟ ପ୍ରତି କୌଣସି ତାଲିମ କିମ୍ଭା ଅଭିଜ୍ଞତା ନଥିବା ବ୍ୟକ୍ତି ମାନେ ବେଆଇନ ଭାବେ ବିହନ ବିକ୍ରୟ କରୁଥିବା ସବୁବେଳେ ଅଭିଯୋଗ ହୋଇ ଆସୁଅଛି । କର୍ମଚାରୀ ଅଭାବ ଥିବା ଯୋଗୁଁ ବ୍ଲକ କୃଷି ବିଭାଗ କୌଣସି ଉପଯୁକ୍ତ ସମୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.