ପ୍ରମୂଖ ଖବର
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଜେଜେ ମା’ କୁ ହତ୍ୟା ଓ ମା'କୁ ହତ୍ୟା ଉଦ୍ୟମ ଘଟଣା; ଦୋଷୀଙ୍କୁ ୧୦ ଵର୍ଷ ସଶ୍ରମ କାରାଦଣ୍ଡ

Published By : Bijay Swain | June 18, 2025 9:11 PM

ନବରଙ୍ଗପୁର, ୧୮/୬(ଆପ୍ର): ଜେଜେ ମା କୁ ହତ୍ୟା ଓ ମା ଙ୍କୁ ହତ୍ୟା ଉଦ୍ୟମ ଘଟଣାର ବିଚାରକରି ଜିଲ୍ଲାଦୈ।ରାଜଜ ସୁବ୍ରତ ମହାନ୍ତି ଅଭିଯୁକ୍ତ ପୁଅକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି, ପାପଡାହାଣ୍ଡିଥାନା ବାବାଜୀଗୁଡା ଗାଁର ଅବଦାନ ହରିଜନ (୨୩) । ଜଜ୍ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ‌। ସେଭଳି ୧୦ହଜାର ଟଙ୍କା ଜରିମାନା ଆଦାୟ ଅନାଦେୟ ହେଲେ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାକୁ ପରିଚାଳନା କରୁଥିବା ସରକାରୀ ଆଇନଜୀବୀ ମନୋଜ କୁମାର ଏକ୍କାଙ୍କ ସୂଚନା ଅନୁଯାୟୀ, ୨୦୨୩ ନଭେମ୍ବର ୮ ସନ୍ଧ୍ୟାରେ ବାବାଜୀଗୁଡାର ଅବଦାନ ହରିଜନ ମୋବାଇଲ କିଣିବାକୁ ନିଜ ମା କନକଦେଇ ହରିଜନଙ୍କୁ ଟଙ୍କା ମାଗିଥିଲା। ଟଙ୍କା ନ ମିଳିବାରୁ ହିତାହୀତଜ୍ଞାନ ହରାଇ ନିଜ ମା କୁ ଠେଙ୍ଗାରେ ପିଟିଥିଲା। ଠେଙ୍ଗା ମାଡ଼ରେ ମା ମୁଣ୍ଡ ଫାଟି ଯାଇଥିବା ବେଳେ ହାତ ଭାଙ୍ଗି ଯାଇଥିଲା। ମା କୁ ପିଟୁଥିବା ବେଳେ ଜେଜେ ମା ଛଡେଇବା ପାଇଁ ଉଦ୍ୟମ କରୁଥିବା ବେଳେ ବୁଢି ଜେଜେ ମାକୁ ମଧ୍ୟ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ ଆରମ୍ଭ କରିଥିଲା। 

ଗୁରୁତର ହୋଇପଡିଥିବା ଜେଜେମା ଦୁତିଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଡ଼ାକ୍ତରଖାନାରେ ଜୀବନ ଚାଲିଯାଇଥିଲା। ଏହି ମାମଲାର ବିଚାର କରି ୨୨ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଜିଲ୍ଲାଦୈ।ଜଜ ସୁବ୍ରତ ମହାନ୍ତି ଅଭିଯୁକ୍ତ ଅବଦାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.