ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ମଙ୍ଗଳ ବିଭାଗରେ ୪କୋଟି ଟଙ୍କାର ଦୁର୍ନିତୀ ‌: ପ୍ରଦୀପ ମାଝୀ

Published By : Bijay Swain | July 4, 2025 8:50 PM

ନବରଙ୍ଗପୁର, ୪/୭(ଆପ୍ର): ନବରଙ୍ଗପୁର ଜିଲ୍ଲା ମଙ୍ଗଳ ବିଭାଗର ଆଶ୍ରମ ବିଦ୍ୟାଳୟ ଗୁଡିକ ପାଇଁ ହାଣ୍ଡି, ଡେକ୍‌ଚୀ, ମଶାରୀ, ଆସବାବପତ୍ର ଓ ପିଲାଙ୍କ ୟୁନିଫର୍ମ କିଣାରେ ୪କୋଟି ଟଙ୍କାର ଦୁର୍ନିତୀ ହୋଇଛି। ଏହା କହିଛନ୍ତି, ବିଜେଡି ନେତା ପ୍ରଦୀପ ମାଝୀ। ଗ୍ଲେଜ୍ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ମଙ୍ଗଳ ବିଭାଗରେ ଆଦିବାସୀ ପିଲାଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ପୋଷାକ,ମଶାରୀ, ହାଣ୍ଡିଡେକ୍‌ଚୀ, ପିଲାଙ୍କ ଖାଇବା ଥାଳି, ପିଲା ଶୋଇବା ପାଇଁ ଗଦି, ବାୟୋମେଟ୍ରିକ୍ ଡିଭାଇସ୍ ପାଇଁ ରାଜ୍ୟସରକାର ୧୩କୋଟି ୩୭ଲକ୍ଷ ଟଙ୍କାର ମଞ୍ଜୁର କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ଜିଲ୍ଲାର ୧୬୧ ଆଶ୍ରମ ବିଦ୍ୟାଳୟ ପାଇଁ କୋଟି କୋଟି ଟଙ୍କାର କିଣା ଯାଇଥିବା ସାମଗ୍ରୀ ପାଇଁ ଟେଣ୍ଡର ଡକାଯାଇନି । 

ସେଭଳି ଗୋଭର୍ଣମେଣ୍ଟ ଇ-ମାର୍କେଟ ପ୍ଲେସ୍ (ଜେମ୍) ପର୍ଟାଲରେ ମାଧ୍ୟମରେ ମଧ୍ୟ କିଣାଯାଇନି । ଜିଲ୍ଲାସ୍ତରୀୟ କ୍ରୟ କମିଟି କରି କେବଳ ଗୋଟିଏ ସଂସ୍ଥା ଓଡିଶା କଞ୍ଜୁମରର୍ସ କୋଓପୋରେଟିଭ ଫେଡରେସନ ଲିଂ (ଓସିସିଏଫ) ହାତକୁ ଟେକିଦିଆ ଯାଇଛି। ୨୨ କେଜିର ହାଣ୍ଡିର ବଜାର ଦାମ ୯ ହଜାର ୧୦୦ ଟଙ୍କା ରହିଥ‌ିବା ବେଳେ ସମାନ ଜିନିଷକୁ ୧୩ ହଜାର ୬୫୦ ଟଙ୍କାରେ କିଣାଯାଇଛି। ସେହିଭଳି ୮ କେଜି ହାଣ୍ଡି ୩ ହଜାର୨୦୦ ଟଙ୍କା ରହିଥିବା ବେଳେ ୧୧ହଜାର ଟଙ୍କାରେ କିଣାଯାଇଛି। ଦରୀର ବଜାର ମୁଲ୍ୟ ୩୫୦ ଟଙ୍କା ଥିବାବେଳେ ଏହାକୁ ୬୫୦ ଟଙ୍କାରେ କିଣାଯାଇଛି। ଲୁହା କଢେଇ ୨ହଜାର୪ଶହ ଟଙ୍କାକୁ ୩ହଜାର୮ଶହ ଟଙ୍କାରେ କିଣାଯାଇଛି । 

ସେଭଳି ପିଲାଙ୍କ ଖାଇବା ଥାଳିର ବଜାର ଦାମ ୧୮୦ ଟଙ୍କା ଥିବା ବେଳେ ୪୧୦ ଟଙ୍କାରେ କିଣାଯାଇଛି । ଏଭଳି ୨୮ ହଜାରଟି ଖାଇବା ଥାଳି କ୍ରୟ କରାଯାଇଛି । ସେଭଳି ୧୫୦ ଟଙ୍କିଆ ମଶାରୀକୁ ୨୦୦ ଟଙ୍କାରେ କିଣାଯାଇଛି । ଏଭଳି ବାୟୋମାଟ୍ରିକ ଡିଭାଇସ୍ ୮ ହଜାର ୩ ଶହ ଟଙ୍କାକୁ ୧୫ ହଜାର ୮ ଶହ ଟଙ୍କାରେ କିଣାଯାଇଛି । ଏଭଳି ୧୩ କୋଟି ୩୭ ଲକ୍ଷ ଟଙ୍କାରୁ ୯୮ ଲକ୍ଷ ଟଙ୍କାର କଂସା ବାସନ, ପିଲାଙ୍କ ଶୋଇବା ଗଦି ୧ କୋଟି ୨୫ ଲକ୍ଷ ଟଙ୍କା, ମଶାରୀ ପାଇଁ ୫୫ଲକ୍ଷ ଟଙ୍କା, ବାୟୋମାଟ୍ରିକ ଡିଭାଇସ୍ ପାଇଁ ୩ଲକ୍ଷ ୬୫ହଜାର ଟଙ୍କା, ପିଲାଙ୍କ ୟୁନିଫର୍ମ ଦୁଇ ହଳ ପାଇଁ ୧ ହଜାର ଟଙ୍କାକୁ ୫ଶହ ଟଙ୍କାରେ କିଣାଯାଇଛି । ଏଭଳି ନିମ୍ନମାନର ସାମଗ୍ରୀ କିଣି ୪କୋଟି ଟଙ୍କାର ବ୍ୟାପକ ଦୁର୍ନିତି କରାଯାଇଛି । ତାହା ପୁଣି ଅନୁସୂଚିତଜନଜାତି ଓ ପଛୁଆବର୍ଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିଜ ଜିଲ୍ଲାରେ । 

ଏହା ପୂର୍ବରୁ ଗଣଶିକ୍ଷା ବିଭାଗରେ ୟୁନିଫର୍ମ ଦୁର୍ନିତି ତଦନ୍ତ ଭିଜିଲାନ୍ସ ବିଭାଗ କରୁଛି । ତେଣୁ ଏହି ଦୁର୍ନିତୀର ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ କରି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଦିବାସୀ ପିଲାଙ୍କୁ ଉତ୍ତମମାନର ଆନୁଷଙ୍ଗିକ ସାମଗ୍ରୀ ପ୍ରଦାନ କରା ନ ଗଲେ ବିଜେଡି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରଦୀପ ମାଝୀ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେଭଳି ବିଜେଡିର ଜିଲ୍ଲାସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆଦିବାସୀଙ୍କ ପିଲାଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି। ଆଦିବାସୀଙ୍କ ହକ୍ ଟଙ୍କାକୁ ବାଟମାରଣା କରାଯାଇଥିବା ବେଳେ ଖୋଦ୍ ମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ମନ୍ତ୍ରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି। 

ଅନ୍ୟପଟେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ ଏହି ଦୁର୍ନିତୀର ଭିଜିଲାନ୍ସ ଓ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ସରୋଜ ପାତ୍ର, ଲାଲୁ ତ୍ରିପାଠୀ, ପ୍ରମୋଦ ରଥ, ଭୀମ ହରିଜନ, ରାଜ୍ୟଛାର ସଂପାଦକ ସୁମିତ ପୂଜାରୀ, ଜଗା ବାଘେଲଙ୍କ ସମେତ ବିଜେଡିର ଅନ୍ୟନେତା ଓ କର୍ମୀ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.