ପ୍ରମୂଖ ଖବର
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଶୋଇଥିବା ବେଳେ କାମୁଡ଼ିଲା ସାପ, ଯୁବକ ମୃତ

Published By : Harapriya Sethi | May 29, 2025 11:19 AM

ଅଳତୀ,୨୯/୦୫: ରାତିରେ ଘରେ ଶୋଇଥିବା ବେଳେ କାମୁଡ଼ିଲା ରଣା ସାପ । ଚାଲିଗଲା ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପଞ୍ଚାୟତର ବେଲଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ପାଗଳ ଦେହୁରୀଙ୍କ ୨୨ ବର୍ଷୀୟ ପୁଅ ସିପୁ ଦେହୁରୀ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ପାଗଳ ଦେହୁରୀଙ୍କ ପରିବାର ବୁଧବାର ରାତିରେ ଘରେ ଶୋଇଥିଲେ । ସମସ୍ତେ ଶୋଇଥିବା ବେଳେ ଘରର କବାଟ ଝରକା ନଥିବାରୁ ଏକ ରଣା ସାପ ଘର ବିତରକୁ ପଶି ପୁଅ ସିପୁକୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନହେବାରୁ ତାଙ୍କୁ ଆନନ୍ଦପୁର ମେଡିକାଲକୁ ପଠାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.