ପ୍ରମୂଖ ଖବର
  • IPL 2025 ମହାଲଢ଼େଇ: ଆଜି ମୁହାଁମୁହିଁ ହେବେ ପଞ୍ଜାବ -ବେଙ୍ଗାଲୁରୁ, ପ୍ରଥମ ଟାଇଟଲ ଆଶାରେ ଉଭୟ ଟିମ୍
  • ||
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ଡ୍ରେନ୍‌ରେ ପଡ଼ି ବୃଦ୍ଧ ମୃତ

Published By : Rasmita Pradhan | May 31, 2025 2:45 PM

କେନ୍ଦୁଝର ସଦର, ୩୧/୫ : ଡ୍ରେନ୍‌ରେ ପଡ଼ି ବୃଦ୍ଧ ମୃତ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରଦାପାଳ କୁସୁମିତା ଧରଣୀଘାଟି ଡ୍ରେନରେ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଖବର ପାଇ ସଦର ପୁଲିସ ଘାଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ଓଏମସି ଖଣି ତଳ ନିକଟ ଇଚିଣ୍ଡାର ଗ୍ରାମର ବାଇରୁ ଦେହୁରୀ (୬୦ ବର୍ଷ) କୁସୁମିତା ଗାଁରେ ଥିବା ଝିଅ ଘରକୁ ଚାଲି ଚାଲି ଯାଉଥିଲେ। ଏତିକି ବେଳେ ବାଇରୁ ଧରଣୀଘାଟି ପୂର୍ତ୍ତ ବିଭାଗ ରାସ୍ତାକଡ଼ ଡ୍ରେନରେ ମୁହଁ ମାଡି ତଳେ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖବର ପାଇ ସଦର ପୁଲିସ ଘାଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.