ପ୍ରମୂଖ ଖବର
  • ଚମକିଲା ଭାଗ୍ୟ; ରାତାରାତି ଶ୍ରମିକରୁ କୋଟିପତି ହେଲେ ହୀରାକୁଦର ଶିବ ସୁନ୍ଦର
  • ||
  • ଅପରେସନ୍ 'ସିନ୍ଦୂର' ; ୬ ନୁହେଁ ପାକିସ୍ତାନର ୯ବିମାନକୁ ମାଟିରେ ମିଶାଇଛି ଭାରତ
  • ||
  • ସଂସଦ ମୌସୁମୀ ଅଧିବେଶନ; ୨୧ ଜୁଲାଇରୁ ୧୨ ଅଗଷ୍ଟ ଯାଏ ଚାଲିବ
  • ||
  • ଜଗତସିଂହପୁର : ପାରାଦୀପ ଆଇସ୍ ଫ୍ୟାକ୍ଟ୍ରିରୁ ଲିକ୍‌ ହେଲା ଆମୋନିଆ ଗ୍ୟାସ୍, ୪ ଅସୁସ୍ଥ
  • ||
  • ବାଲେଶ୍ୱର : ମିନତୀ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପୁଲିସର ଚଢାଉ,୧୦ ଯୁବତୀ ଅଟକ
  • ||
  • ବାଲେଶ୍ୱର : ପୋଖରୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ବଢିଲା କରୋନା ଭୟ; ୨୪ ଘଣ୍ଟାରେ ୨୭୬ ଆକ୍ଟିଭ କେସ୍‌, ୭ମୃତ
  • ||
  • ବ୍ରହ୍ମପୁର : ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଏଏସ୍‌ଆଇ,୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
  • ||
  • ମୟୂରଭଞ୍ଜ : ୪ଟି ଥାନାର ଅଧିକାରୀଙ୍କୁ ନେଇ ଗୋବିନ୍ଦରାୟପୁର ଓ ତାଳପଦାରେ ମିଳିତ ଚଢ଼ାଉ,ପାଖାପାଖି ୪ଶହ ଗାଈଗୋରୁ ଉଦ୍ଧାର
  • ||
  • ସରଣ୍ଡା ଜଙ୍ଗଲରୁ ଆଉ ୭୦୦ କିଲୋ ବିସ୍ଫୋରକ ଜବତ, ମାଟି ତଳେ ଲୁଚାଇ ରଖିଥିଲେ ମାଓବାଦୀ
  • ||
  • କାର୍ ଉପରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍, ୯ ମୃତ
  • ||
  • ଆମେରିକାରେ କୃଷି ଆତଙ୍କବାଦ ଖେଳାଉଛି ଡ୍ରାଗନ୍ ! ସାଙ୍ଘାତିକ 'ବାୟୋ ଅସ୍ତ୍ର' ସହ ଧରାପଡ଼ିଲେ ଚୀନ୍ ନାଗରିକ
  • ||
  • କଟକ : ନକଲି ମୋବିଲ ତିଆରି କାରଖାନାରେ ଚଢାଉ, ୨ ଅଟକ
  • ||
  • ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କ ଦେହାନ୍ତ
  • ||
  • ମାଲକାନଗିରି : ଟିପର ଧକ୍କାରେ ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର୍‌, ଡ୍ରାଇଭର ଗୁରୁତର
  • ||
  • ଜଗତସିଂହପୁର : ଶଙ୍ଖ ନଦୀ କୂଳରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ମାଲକାନଗିରି : ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ, ଘର ସାମ୍ନାରୁ ସୁନା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ ମେଡିକାଲରେ ଅଭାବନୀୟ ଘଟଣା, ଭୁଲ୍ ଇଞ୍ଜେକ୍ସନ୍‌ ନେଲା ୬ ରୋଗୀଙ୍କ ଜୀବନ!
  • ||
  • ଭୁବନେଶ୍ଵର : ଆସନ୍ତା ତିନି ଦିନ ଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ତାତିରୁ ମିଳିବନି ନିସ୍ତାର
  • ||
  • ମୟୂରଭଞ୍ଜ : ବେଆଇନ ବନ୍ଧୁକ ଗୁଳି କାରବାରର ମାଷ୍ଟର ମାଇଣ୍ଡ ଗିରଫ, ଲାଇସେନ୍ସ ବନ୍ଧୁକ ପାଇଁ କିଣି ଶିକାରୀଙ୍କୁ ବିକୁଥିଲା ଗୁଳି
  • ||

ବାଲି ଗାଡରୁ ଖୋଲାଖୋଲି ଚାନ୍ଦା ଆଦାୟ; ଧାଡ଼ି ହୋଇ ଠିଆ ହୋଇଛନ୍ତି ଲୋକ, ଭିଡିଓ ଭାଇରାଲ

Published By : Prameya | June 2, 2025 2:10 PM

ଆନନ୍ଦପୁର,୦୨/୦୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର  ଉପଖଣ୍ଡର ଏକ ଦୃଶ୍ୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।  ଏହି ଭାଇରାଲ ଭିଡିଓ ସାଧାରଣ ପ୍ରଶାସନ ଠାରୁ ଆରମ୍ଭ  କରି ପୁଲିସ ପ୍ରଶାସନ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।  ଏହି ଦୃଶ୍ୟ ଅନ୍ୟ କିଛି ନୁହେଁ ବାଲି ଗାଡରୁ ଚାନ୍ଦା ଆଦାୟ  କରିବାର ଦୃଶ୍ୟ । ଖାଲି ଗାଡି ହେଉ ଅବା ବାଲି ବୋଝେଇ ଗାଡି ଛକ ଛକରେ ଠିଆ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ଗାଡିର ଚାଳକଙ୍କୁ ଚାନ୍ଦା ଦେବାକୁ ପଡୁଛି । ଗ୍ରାମ୍ୟ ରାସ୍ତାର ଠାଏ  ଠାଏ ଠିଆ ହୋଇଥିବା ବ୍ୟକ୍ତି ବିଶେଷ ଖୋଲାଖୋଲି ଭାବେ  ବାଲି ବୋଝେଇ ପାଇଁ ଆସୁଥିବା ଗାଡି ଓ ବାଲି ବୋଝେଇ  କରି ଆଣୁଥିବା ଗାଡି ଠାରୁ ଚାନ୍ଦା ଆଦାୟ କରିବାର ଦୃଶ୍ୟ  ସମସ୍ତଙ୍କୁ ଚକିତ କରିଛି ।   

ଚାନ୍ଦା ପୁଣି ଆଖି ଖୋସିଲା ଭଳି ଚାନ୍ଦା । ବାଲି ଘାଟକୁ  ଆସିବା ପାଇଁ ଓ ବାଲି ଘାଟରୁ ବାହାରିବା ପାଇଁ ଗାଡି ପିଛା ୩  ହଜାର ଟଙ୍କା ଚାନ୍ଦା ଦେବାକୁ ପଡିଥାଏ ବୋଲି ଜନୈକ ଗାଡି  ମାଲିକ ଘଟଣାକୁ ସ୍ପଷ୍ଟ କରିଛନ୍ତି । ବିଶେଷ କରି ଆନନ୍ଦପୁର  ଉପଖଣ୍ଡର ରଣା ଛକ ଠାରୁ ଅମୃତପୁର ବାଲି ସୈରାତ  ପର୍ଯ୍ୟନ୍ତ ଏହି ଚାନ୍ଦା ଦେବାକୁ ପଡିଥାଏ ବୋଲି ଗାଡି ମାଲିକ  ସ୍ୱୀକାର କରିଛନ୍ତି । ଏପରିକି ଭାଇରାଲ ଭିଡିଓରେ ଜନୈକ  ଗାଡି ମାଲିକ ଓ ଚାନ୍ଦା ଆଦାୟକାରୀ ବ୍ୟକ୍ତି ବିଶେଷଙ୍କ  ସହିତ ଯୁକ୍ତି ତର୍କ ହେବା ଭଳି ଘଟଣା ଦେଖିବାକୁ ମିଳୁଛି ।  ଆମ୍ଭେ ତ ବାଲି ଅର୍ଥ ଦେଇ ଆଣୁଛୁ, ରୋଡ୍‌ ଟାକ୍ସ ବି କାଟୁଛୁ  ପୁଣି ରାସ୍ତାରେ ଆପଣମାନଙ୍କୁ କାହିଁକି ଚନ୍ଦା ଦେବୁ ବୋଲି  ଗାଡି ମାଲିକ ଯୁକ୍ତି ବାଢୁଥିବାବେଳେ ଚନ୍ଦା ଆଦାୟକାରୀ  ବ୍ୟକ୍ତିମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ଚନ୍ଦା ଦେବ  ମାନେ ଦେବ, ନଦେଲେ ଗାଡି ଗଡିବନି ବୋଲି ରୋକଠୋକ୍‌  ଶୁଣାଇ ଦେଉଛନ୍ତି । ଏଭଳି ଏକ ବିଚିତ୍ର ଦୃଶ୍ୟ ଖୋଦ୍‌  କେନ୍ଦୁଝର ଜିଲ୍ଲା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.