କେନ୍ଦୁଝର ସଦର,୧/୬(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଣ୍ଡିଭଙ୍ଗା ଛକ ନିକଟରେ ଶନିବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଚି। ମୃତକ ଜଣକ ହେଲେ ବଉଳମାଳ ଗ୍ରାମର ନିରଞ୍ଜନ ପାତ୍ର।
ହଣ୍ଡିଭଙ୍ଗା ଛକ ନିକଟରେ ଶନିବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ନିରଞ୍ଜନ ପାତ୍ର ଗୁରୁତର ପଡ଼ିଥିଲେ। ସ୍ଥାନୀୟ ଲୋକେ ସଙ୍କଟାପନ୍ନ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଡାକ୍ତରଖାନା ଭର୍ତ୍ତି କରିଥିଲେ ।ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିବା ସମୟରେ ନିରଞ୍ଜନର ମୃତ୍ୟୁ ଘଟିଥିଲା।