ଆନନ୍ଦପୁର,୦୪/୦୬: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇଙ୍କର ହୃଦଘାତରେ ଆଜି ବିୟୋଗ ଘଟିଛି । ବୁଧବାର ସକାଳ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାରବର୍ଗ ତାଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ । ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ଘଟିଥିବା ସମ୍ପର୍କୀୟ ନିରାକାର ଦଳେଇଙ୍କଠାରୁ ସୂଚନା ମିଳିଛି । ତାଙ୍କ ବିୟୋଗରେ ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...