ପ୍ରମୂଖ ଖବର
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି, ତୃତୀୟ ଥର ପାଇଁ ରେପୋ ୦.୫ ପ୍ରତିଶତ ରେଟ୍ ହ୍ରାସ କଲା ଆର୍‌ବିଆଇ, ଶସ୍ତା ହେବ ଗୃହ, ଗାଡ଼ି ଋଣ ଇଏମ୍‌ଆଇ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବାଇକ୍ ଦୁର୍ଘଟଣାରେ ମହିଳା ମୃତ

Published By : Bijay Swain | June 2, 2025 10:13 PM

ଅଳତୀ,୨/୬(ଆପ୍ର): ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପୁରୁଣାବାନ୍ଧଗୋଡା ପଞ୍ଚାୟତର ତିଗିରିଆ ଗ୍ରାମର ସାବିତ୍ରୀ ଜେନା (୫୫) ବାଇକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ଖବର ଅନୁସାରେ ସାବିତ୍ରୀ ତରୁଆଁ ପଞ୍ଚାୟତର ଲୁଣହାର ଗ୍ରାମରେ ବିବାହ କରିଥିବା ବେଳେ ବାପଘର ତିଗିରିଆକୁ ଜରୁରୀ କାମ ପାଇଁ ଆସିଥିଲେ। ଆଜି ସନ୍ଧ୍ୟାରେ ପୁତୁରା ବରୁଣ କୁମାର ମଲ୍ଲିକଙ୍କ ବାଇକରେ ଶାଶୁଘର ଲୁଣହାର ଯାଉଥିବା ବେଳେ ଜନାର୍ଦ୍ଦନପୁର ପାଟଣା ଶନି ମନ୍ଦିରଠାରେ ହଠାତ୍ ଏକ ଷଣ୍ଢ ଆସିଯିବାରୁ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା ସହ ସାବିତ୍ରୀ ଗୁରୁତର ଆହତ ହୋଇଥିଲେ। 

ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ସଙ୍ଗେ ସଙ୍ଗେ ବରୁଣ ଓ ସାବିତ୍ରୀଙ୍କୁ ସାଇଁକୁଳ ମେଡିକାଲ ନେଇଥିବା ବେଳେ ଡ଼ାକ୍ତର ସାବିତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁଚନା ଅନୁସାରେ ଅଳତୀରୁ ଜନାର୍ଦ୍ଦନପୁର ପାଟଣା ରାସ୍ତା ନିଛାଟିଆ ସହ ଅନ୍ଧାର ଯୋଗୁଁ ଦୁର୍ଘଟଣା ସମସ୍ୟା ସୃଷ୍ଟି ହୋଉଥିବା ବେଳେ ବହୁ ଲୋକ ମୃତ୍ୟୁବରଣ କରିବା ସହ ଆହତ ହେଉଛନ୍ତି। ତେବେ ଉକ୍ତ ସ୍ଥାନରେ ଲାଇଟ୍ ଲଗାଇବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.