ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ

Published By : Harapriya Sethi | March 16, 2025 11:24 AM

ଭୁବନେଶ୍ୱର,୧୬/୦୩ : ଶାନ୍ତିପଲ୍ଲୀ ବସ୍ତିରେ ହୋଲିରେ ହତ୍ୟା ଘଟଣା । ତିନି ଜଣ ଅଭିଯୁକ୍ତକୁ ଚିହ୍ନଟ କଲା କମିସନରେଟ ପୋଲିସ। ତିନି ଅଭିଯୁକ୍ତ ଏବେ ବି ଫେରାର ଥିବାବେଳେ ସେମାନଙ୍କୁ ଟ୍ରାକିଂ କରିସାରିଛି ସ୍ଵତନ୍ତ୍ର ସ୍କ୍ୱାର୍ଡ । ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତ ଗିରଫ ହେବେ। ସହିଦନଗର ଅଞ୍ଚଳରେ ଛୁରୀ ଭୂଷି ଗୁପି ଗୁଣିକୁ ହତ୍ୟା କରିଥିଲେ ଅଭିଯୁକ୍ତ ମାନେ। ଅଭିଯୁକ୍ତକୁ ଧରିବାକୁ ଦୁଇଟି ସ୍ପେସାଲ୍ ଟିମ୍ ଗଠନ କରାଯାଇଛି । ଅନ୍ୟପଟେ ସହିଦନଗର ଶାନ୍ତି ପଲ୍ଲୀ ବସ୍ତିରେ ପୋଲିସ୍ ଟିମ୍ ତଦନ୍ତ କରୁଛନ୍ତି । ଡିସିପି ଜଗମୋହନ ମୀନା ଘଟଣାର ତଦନ୍ତକୁ ଗୁରୁତ୍ଵ ସହ ନେଇଛନ୍ତି । ତୁରନ୍ତ ସେମାନଙ୍କୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

ସୂଚନା ମୁତାବକ, ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଡିଜେ ଗୀତରେ କିଛି ଯୁବକ ନାଚୁଥିଲେ। ଏହି ସମୟରେ ସେଠାକୁ କିଛି ଯୁବକ ଆସିଥିଲେ । ସେମାନେ ଗୁପୀ ଗୁଣି ସହ ଝଗଡା କରିଥିଲେ । ପରେ ଦୁର୍ବୃତ୍ତମାନେ ଛୁରୀରେ ଗୁପିଙ୍କ ପେଟ ଓ  ଛାତିକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଗୁପିଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣକାରୀଙ୍କ ଆକ୍ରମଣରେ ଅନ୍ୟ ଜଣେ ମହିଳା ମଧ୍ୟ ଆହତ ହୋଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.